କୁହିକା : ସୁକିନ୍ଦା ଥାନା କୁହିକା ଉଚ୍ଚ ସେତୁ ନିକଟରେ ଆଜି ୨ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ସୁନାଚେନ, ପର୍ସ ଆଦି ଲୁଟିନେଇ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଇମ୍ଫାର ସହଯୋଗୀ ସଂସ୍ଥାରେ କାର୍ଯ୍ୟରତ ମହିଳା କର୍ମଚାରୀ ଗୀତାଞ୍ଜଳି ଦାସ ଦୁଧୁଯୋରୀ ପଞ୍ଚାୟତର ଦାମୋଦରପୁରସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ଯାଇ ସ୍କୁଟି ଯୋଗେ ଫେରୁଥିଲେ। ଦିନ ପ୍ରାୟ ସାଢ଼େ ୧୧ ଟା ସମୟରେ ପଛପଟୁ ପିଛା କରୁଥିବା ଦୁଇ ବାଇକ ଆରୋହୀ କୁହିକା ସେତୁ ନିକଟରେ ତାଙ୍କୁ ଟାଣି ଦେବାରୁ ସ୍କୁଟି ସହ ସେ ତଳେ ପଡ଼ିଯାଇଥିଲେ। ବାଇକ ପଛରେ ବସିଥିବା ବ୍ୟକ୍ତି ଝାମ୍ପିପଡ଼ି ଗୀତାଞ୍ଜଳିଙ୍କ ବେକରେ ଛୁରି ଲଗାଇ ସୁନାଚେନଟିକୁ ଛିଡ଼ାଇନେଇଥିଲା। ପିନ୍ଧିଥିବା ଘଣ୍ଟା ଓ ସ୍କୁଟିରେ ଝୁଲୁଥିବା ପର୍ସକୁ ଧରି କ୍ଷଣକ ମଧ୍ୟରେ ଚମ୍ପଟ ମାରିଥିଲେ।
ଖବର ପାଇ ସୁକିନ୍ଦା ଥାନା ଏସ୍ଆଇ ହରିଶ ଚନ୍ଦ୍ର ସିଂ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଖଣି ଅଞ୍ଚଳର କାଳିଆପାଣି ଥାନା ଏସ୍ଆଇ ସୁଦାମ ଚରଣ ନନ୍ଦୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ଏନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/chain-loot-c.jpg)