ଡାବୁଗାଁ ଥାନା ଅନ୍ତର୍ଗତ ବିରିଶୋଲା ଅଲେଖ ମହିମା ମନ୍ଦିରରୁ ଚୋରି

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିରିଶୋଲା ଅଲେଖ ମହିମା ମନ୍ଦିରରୁ ଆଲମୀରା ଭାଙ୍ଗି ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ବିରିଶୋଲା ଗ୍ରାମରେ ଥିବା ଅଲେଖ ମହିମା ମନ୍ଦିରରେ ଗତ ୯ ତାରିଖ ସୋମବାର ଦିନ ବିଳମ୍ବିତ ରାତ୍ରରେ ଦୁର୍ବୃତ୍ତମାନେ ପଶି ମନ୍ଦିର ଭିତରେ ଥିବା ୩ଟି ଆଲମୀରାକୁ ଭାଙ୍ଗି ତହିଁ ମଧ୍ୟରେ ଥିବା ହୁଣ୍ଡିରୁ ଆନୁମାନିକ ୬୦ ହଜାର ଟଙ୍କା ଓ ୭ କ୍ୟୁଣ୍ଟାଲ୍ ଚାଉଳ ଚୋରି କରି ନେଇ ଯାଇଥିଲେ। ମହିମାଧର୍ମିମାନେ ଆଦାୟ କରିଥିବା ଟଙ୍କା ଆଲମୀରା ମଧ୍ୟରେ ଥିବା ହୁଣ୍ଡିରେ ସୁରକ୍ଷିତ ରଖାଯାଇଥିଲା। ୧୦ ତାରିଖ ମଙ୍ଗଳବାର ସକାଳ ୯ ଘଣ୍ଟ ସମୟରେ ମନ୍ଦିର ମଧ୍ୟରେ ଖଲିଗୁଡ଼ା ଗ୍ରାମର ଗୁରୁବନ୍ଧୁ ଭତରା ଆଲମୀରା ଭଙ୍ଗା ହୋଇଥିବା ନେଇ ଦେଖି ବିରିଶୋଲା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଆଲମୀରା ଭାଙ୍ଗି ଦୁର୍ବୃତ୍ତମାନେ ଆନୁମାନିକ ୬୦ ହଜାର ଟଙ୍କା ନଗଦ ଓ ୭ କ୍ୟୁଣ୍ଟାଲ୍ ଚାଉଳ ନେଇ ଯାଇଥିବା ଗ୍ରାମବାସୀ ଜାଣିବା ପରେ ଗୁରୁବନ୍ଧୁ ଭତରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଡାବୁଗାଁ ପୁଲିସ କେଶ୍ ନ ୫୯/୨୦ ରେ ମାମଲା ରୁଜୁ କରିଥିବା ବେଳେ ଏହାର ତଦନ୍ତ ଏସ୍ ଆଇ ମାନସ ରଞ୍ଜନ ନାୟକ କରୁଛନ୍ତି।

ସମ୍ବନ୍ଧିତ ଖବର