ଅସୁରକ୍ଷିତ ରାଜଧାନୀ: ମିଛ ବନ୍ଧୁକ ଦେଖାଇ ତେଜରାତି ଦୋକାନରୁ ଲୁଟ୍ ଉଦ୍ୟମ, ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଅସୁରକ୍ଷିତ ହୋଇଯାଉଛି। ଭୁବନେଶ୍ୱରରେ ପୁଣି ନକଲି ବନ୍ଧୁକ ଦେଖାଇ ଦୋକାନରୁ ଲୁଟ୍ ଉଦ୍ୟମ ହୋଇଛି । ବୁଧବାର ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ଅଞ୍ଚଳରେ ଏକ ତେଜରାତି ଦୋକାନରୁ ଲୁଟ୍ ଉଦ୍ୟମ କରାଯାଇଛି । ତେବେ ଦୁବୃର୍ତ୍ତ ଜଣକ ଲୁଟ୍ ଟଙ୍କା ନେଇ ଫେରାର୍ ହେଉଥିବାବେଳେ ସ୍ଥାନୀୟ ଲୋକ ତାକୁ କାବୁ କରିନେଇଥିଲେ । ଏହାପରେ ତାକୁ ପ୍ରବଳ ମାଡ ମାରିଥିବା ସୂଚନା ରହିଛି । ଲୋକଙ୍କ ମାଡରେ ଲୁଟେରା ଜଣକ ଗୁରୁତର ହୋଇଥିବାବେଳେ, ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବନ୍ଧୁକ ଦେଖାଇ ଦୋକାନ ଲୁଟ୍ କରିଥିବା ଏହି ଦୁର୍ବୃତ୍ତ ଜଣକ କିଏ ତା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତା ପାଖରୁ ଜବତ ହୋଇଥିବା ବନ୍ଧୁକ ଟି ନକଲି ବୋଲି ଜଣାପଡିଛି ।

ଭୁବନେଶ୍ବର ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛି। ବ୍ୟାପକ ପୁଲିସ ବ୍ୟବସ୍ଥା, ମୁଖ୍ୟ ଛକରେ କ୍ୟାମେରା ଥିବା ସତ୍ତ୍ବେ ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏହା ମୂଲ୍ୟହୀନ। ଚାରିଆଡେ ଚୋର, ଡକାୟତ ତଥା ଅସାମାଜିକ ବ୍ୟକ୍ତି ବୁଲୁଛନ୍ତି। ସୁଯୋଗ ମିଳିଲେ ମୋବାଇଲ, କ୍ୟାଶ, ବାଇକ୍‌, ସୁନାଚେନ୍‌ ଲୁଟି ନେଉଛନ୍ତି।

ସମ୍ବନ୍ଧିତ ଖବର