ଠିକାଦାରଙ୍କ ଘରେ ପଶି ଲୁଟିଲେ, ଭଣଜାକୁ ବାନ୍ଧିଲେ

ଧର୍ମଶାଳା: ଧର୍ମଶାଳା ଥାନା ରାଣୀବନ୍ଦି ଗ୍ରାମରେ ରହୁଥିବା ଖଡ଼ିଅଙ୍ଗ ଅଞ୍ଚଳର ଠିକାଦାର ତରୁଣ କୁମାର ମହାପାତ୍ରଙ୍କ ଘରେ ଗତକାଲି ରାତିରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ଟଙ୍କା ଧରି ଚମ୍ପଟ ମାରିଛନ୍ତି। ଘରେ ଥିବା ତାଙ୍କ ଭଣଜା ଏହାକୁ ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ମାଡ଼ମାରି ଏକ ରଶିରେ ବାନ୍ଧି ଦେଇଥିଲେ। କୌଣସି ରାସାୟନିକ ଦ୍ରବ୍ୟ ସ୍ପ୍ରେ କରିବାରୁ ସେ ଚେତା ହରାଇଥିଲେ। ପରେ ତରୁଣଙ୍କ ପୁଅ ସତ୍ୟରଞ୍ଜନ ତାଙ୍କୁ ଉଦ୍ଧାର କରିଥିଲେ। ଏ ସ˚ପର୍କରେ ତରୁଣ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କ ସ˚ପର୍କରେ ପୁଲିସକୁ କୌଣସି ସୂଚନା ମିଳିନାହିଁ।

ଗତ ଶନିବାର ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ତାଙ୍କ ଭଣଜା ତଳମହଲାରେ ଥିଲେ। ଉପର ଦୁଇ ମହଲାରେ ହୋଇଥିବା ଛାତ୍ରୀନିବାସରେ କେତେକ କଲେଜ୍‌ ଛାତ୍ରୀ ରହୁଛନ୍ତି।  ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ତାଙ୍କ ଘରେ ପଶି ଷ୍ଟିଲ୍‌ ଆଲମିରାରେ ଥିବା ୪ ଭରି ସୁନା ଅଳଙ୍କାର, ୧୦ ଭରି ରୁପା ଗହଣା ଓ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର