ଜିଲ୍ଲା ସ˚ଗ୍ରହାଳୟକୁ ସାଇତି ପାରିଲାନି ସ˚ସ୍କୃତି ବିଭାଗ : କୋଟିଏ ଟଙ୍କାରୁ ଅଧିକ ଜିନିଷ ଚୋରି ପରେ ଚେତିଲାନି
ବିଭାଗର ତନାଘନା ଜାରି
ଭୁବନେଶ୍ୱରରୁ ଆସିବେ ଏକ ଟିମ୍
ତନାଘନା ପରେ ହେବ ନିଷ୍ପତ୍ତି
Sambad is now on WhatsApp
Join and get latest news updates delivered to you via WhatsApp
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ତର ଗୋପବନ୍ଧୁ ନଗରସ୍ଥିତ ଟାଉନ ହଲ ପରିସରରେ ଥିବା ଜିଲ୍ଲା ସ˚ଗ୍ରହାଳୟରୁ କୋଟିଏ ଟଙ୍କାରୁ ଅଧିକ ଜିନିଷ ଚୋରି ହେବା ଘଟଣାକୁ ଦୁଇଦିନ ବିତିଛି। ଆଜି ଜିଲ୍ଲା ସଂସ୍କୃତି ଅଧିକାରୀ ଏ.କେ ସେଠୀ ଚୋରିଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି। ସଂଗ୍ରହାଳୟରେ ରହିଥିବା କେତେ ଜିନିଷ ଚୋରି ହୋଇଛି କେତେ ଅଛି ତାହାର ହିସାବ କରିପାରିନି ବିଭାଗ। ସେ ଆଜି କେବଳ ବୁଲି ଦେଖିଥିବାବେଳେ ୨୦୦୯ରେ ହୋଇଥିବା ତାଲିକା ବିଭାଗୀୟ ମୁଖ୍ୟ ଆଣି ନ ଥିବା ଦେଖିବାକୁ ମିଳିଥିଲା। ତେବେ ପୁରାତନ ତାଲିକାକୁ ତନକ୍ଷୀ କରି ଆସନ୍ତାକାଲି ରାଜ୍ୟ ସଂସ୍କୃତି ବିଭାଗକୁ ଅବଗତ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ଏହାସହ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାଜ୍ୟସ୍ତରରୁ ଏକ ଟିମ୍ ଏହିଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏହାସହ କେତେ ଚୋରି ହୋଇଛି ତାହାର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହାର ସ୍ପଷ୍ଟ ହେବ।
ଶନିବାର ରାତିରେ ଏହିଠାରୁ ଦୁବୃର୍ତ୍ତମାନେ ପଶି କାବାଟଭାଙ୍ଗି ହାତୀ ଦାନ୍ତ ଥିବା ଏକ ରଥ, ଏକାଧିକ ଧାତବ ମୂର୍ତି, ବିରଳ ମୁଦ୍ରା, ଆଦିବାସୀ ରୁପା ଓ ସୁନା ଅଳଙ୍କାର, ବିରଳ ନାଟରାଜ ମୂର୍ତି, ପିତ୍ତଳ ମୂର୍ତି ସହ ବହୁ ଟଙ୍କାର ଜିନିଷ ଚୋରି ହୋଇଥିବା ଜଣା ପଡିଛି। ଗତକାଲି ପୁଲିସ ଆସି ତନାଘନା କରିଥିବାବେଳେ କେୟାରଟେକର ରାମଚରଣ ହରିଜନଙ୍କୁ ପଚରାଉଚୁରା କରିଛି। ପରିସରରେ ରହିଥିବା ଏକାଧିକ ବକ୍ସକୁ ଦୁବୃର୍ତ୍ତମାନେ ଭାଙ୍ଗି ନଷ୍ଟ କରିଦେଇଥିବା ଜଣାପଡିଛି।
ତେବେ ଏହିଠାରେ ଜୟପୁର ପୌରପାଳିକା ପକ୍ଷରୁ ସୁରେଶ ନାମକ ଜଣେ ରାତ୍ର ଜଗୁଆଳୀଙ୍କୁ ମୁତୟନ କରାଯାଇଛି। ସେ ମାତ୍ରକୁ ୩୨ ହଜାର ଟଙ୍କା ଦରମା ନେଇ କାଗଜକଲମ ନିୟୋଜିତ ରହିଛନ୍ତି। ତାଙ୍କୁ ଦିଆଯାଉଥିବା ଗୃହରେ ତାଙ୍କ ଭାଇ କିଛି ଲୋକ ରହୁଥିବା ଜଣାପଡିଛି। କିପରି ଏହିଠାରୁ ଚୋରୀ ହେଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏହା ଇତିହାସ ପାଲିଟିବାକୁ ଲାଗିଲାଣି। ଯେଉଁ ଲକ୍ଷ୍ୟ ନେଇ ଏହା ୧୯୭୬ ମସିହା ଜାନୁଆରୀ ମାସ ୨୬ ତାରିଖରେ ଶିଳାନ୍ୟାସ କରାଯାଇଥିଲା ତାହା କରିବାରେ ଏବେ ବିଫଳ ହୋଇଛି। କେବଳ ଗୋଟିଏ ଘର, ଜଣେ କର୍ମଚାରୀ ଓ କିଛି ଐତିହାସିକ କଳାକୃତ୍ତି ମଧ୍ୟରେ ସିମିତ ରହିଛିା ଏହିଠାରେ ତିନିଜଣ କର୍ମଚାରୀ ରହିବାକୁ ନିୟମ ରହିଥିବାବେଳେ ଜଣେ ମାତ୍ର ପିଅନଙ୍କ ହାତରେ କୋଟି କୋଟି ଟଙ୍କାକୁ ସମର୍ପି ଦେଇଥିଲା ବିଭାଗ। ସେ ଦରମା ପାଉ ନ ଥିବାରୁ ବେଳେବେଳେ ଆସୁଥିଲେ ଅନ୍ୟବେଳେ ଆସୁ ନ ଥିଲେ। ଏହିଠାରେ ଶତାଧିକ କଳାକୃର୍ତ୍ତି, ୪୭ଟି ବିରଳ ଜୈନ ଓ ବୌଦ୍ଧ ମୂର୍ତ୍ତି, କୋରାପୁଟରେ ହଜିଯାଇଥିବା ୧୨୦ ପ୍ରକାରରୁ ଧାନ ନମୂନା, ୨୦ରୁ ଅଧିକ ପ୍ରକାରର କାଠ ନମୂନା, ଡାଲି ଜାତୀୟ ଦ୍ରବ୍ୟ, ଶିଳାଲିପି, ଖଣିଜ ପଦାର୍ଥ, ପେପର ତିଆରି ପାଇଁ ଅବଶ୍ୟକ କଞ୍ଚାମାଲ, ଟେରାକୋଟା, ଗୋବର କଣ୍ଠେଇ, ଲାଖ କାମ, ଆଦିବାସୀ ଲୁଗା, ୬୦ରୁ ଅଧିକ ବିରଳମୁଦ୍ରା, ହାତୀ ଦାନ୍ତରେ ତିଆରି ରଥ, ଢୋକ୍ରା କଳାକୃତ୍ତି ଓ ମହମ ତିଆରି ସାମଗ୍ରୀ ରହିଥିଲା। ୨୫୦ରୁ ଅଧିକ ମୂଲ୍ୟବାନ ଜିନିଷ ମଧ୍ୟରୁ ଚୋରି ଯିବା ପରେ ମାତ୍ର ହାତଗଣତି କିଛି ଜିନିଷ ରହିଥିବା ଜଣାପଡିଛି।