ଅବସରପ୍ରାପ୍ତ ସିଡ଼ିଏମଓଙ୍କ ଘରୁ ବଡ଼ ଧରଣର ଚୋରି : ଗ୍ରୀଲ୍ କାଟି ନେଇଗଲେ ୪ ତୁଳା ସୁନା, ୨ କେଜି ରୂପା, ୫୦ ହଜାର ଟଙ୍କା

ରାୟଗଡ଼ା : ରାୟଗଡ଼ାର ଅବସରପ୍ରାପ୍ତ ସିଡ଼ିଏମଓ ଡ. ବେଣୁଧର ନାୟକଙ୍କ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍ ତାଡ଼ି ୪ ତୁଳା ସୁନା ସହ ୨ କେଜି ରୂପା ଓ ୫୦ ହଜାର ଟଙ୍କା ନେଇଥିବା ଜଣା ପଡ଼ିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ୍ ଏମ୍, ଏସଡିପିଓ ତପନ ନାରାୟଣ ରଥ, ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ନିଜ ନାତିର ବ୍ରତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଫେବ୍ରୁଆରୀ ୨୬ ତାରିଖରୁ ବେଣୁଧର ନିଜ ପରିବାର ସହ ଭୁବନେଶ୍ବର ଯାଇଥିଲେ। କ୍ଲିନିକ୍ ଦାୟିତ୍ବରେ ଥିବା କେୟାର ଟେକରକୁ ରାତିରେ ଶୋଇବାକୁ ବେଣୁଧର ପରାମର୍ଶ ଦେଇଥିଲେ। କେୟାର ଟେକର ସବୁଦିନ ଘରେ ଶୋଉଥିବା ବେଳେ ହୋଲି ଦିନ ଶୋଇବାକୁ ଯାଇନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍ ତାଡ଼ି ଘରେ ଭିତରେ ପଶିବା ପରେ ୩ଟି ଆଲମିରା ଭାଙ୍ଗି ସେଥିରେ ଥିବା ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ। ଗତକାଲି କେୟାର ଟେକର ଆସିବା ପରେ ଚୋରି ହୋଇଥିବା ଦେଖି ବେଣୁଧରଙ୍କୁ ଜଣାଇବା ସହ ଟାଉନ୍ ଥାନାରେ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଡଗସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମ୍ ଜରିଆରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର