ଉଦଳା: ଉଦଳା ଥାନା ଅଞ୍ଚଳରେ ପୁଣି କଳା ପଲସର୍ ଆତଙ୍କ। ଦିନ ଦ୍ୱିପ୍ରହରରେ ବାଇକ୍ ଆରୋହୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କଲେ ଲୁଟ୍। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧.୩୦ ସମୟରେ ବଡ଼ସାହି ଅଞ୍ଚଳର ତପନ କୁମାର ରାଉତ ଉଦଳାରୁ ରାଢୋ ଅଭିମୁଖେ ବାଇକ୍ରେ ଯାଉଥିବା ବେଳେ ହଠାତ୍ ବରବାଡ଼ି ଛକ ନିକଟରେ ଏକ କଳା ପଲସର (ଓଆର-୧୧ଜେ-୧୬୩୩)ରେ ଆସି ତାଙ୍କ ବାଟ ଓଗାଳିଥିଲେ ୩ଜଣ ଯୁବକ। ଶ୍ରୀ ରାଉତ ବାଇକ୍ ଅଟକାଇବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଚେନ୍, ମନିପର୍ସ, ଦୁଇଟି ମୋବାଇଲ୍ ଓ ବାଇକ୍ ଚାବି ଛଡ଼ାଇ ନେଇ ରାଢୋ ଅଭିମୁଖେ ଚମ୍ପଟ ମାରିଥିଲେ।
୧୩ ଗ୍ରାମ୍ ଓଜନର ସୁନାହାର ଓ ପର୍ସରେ ଥିବା ୭ ହଜାର ଟଙ୍କା ଚୋରି ହୋଇଥିବା ଶ୍ରୀ ରାଉତ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ୨୧/୨୩ରେ ମାମଲା ରୁଜୁ କରିବା ସହିତ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।