ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଛିନ୍‌ତାଇ : ଶିକ୍ଷୟିତ୍ରୀଙ୍କଠାରୁ ଝାମ୍ପି ନେଲେ ଭ୍ୟାନିଟି ବ୍ୟାଗ, ସୁନା ଚେନ୍‌ ଓ ଟଙ୍କା

ପୁରୀ : ଦିଲ୍ଲୀରୁ ପୁରୀ ଫେରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ଆଜି ସକାଳେ ଲୁଟପାଟ୍‌ ହୋଇଛି। ଜନୈକ ଅଜଣା ବ୍ୟକ୍ତି ସଂରକ୍ଷିତ ଏସି ବଗିରେ ପ୍ରବେଶ କରି ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ସହ ସୁନା ଚେନ୍, ଟଙ୍କା ଆଦି ଛଡ଼ାଇ ନେଇଛି। ଲୁଟର ଶିକାର ମହିଳା ଜଣକ ହେଲେ ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁରର କ୍ରିଷ୍ଣା ଦାସ। ଏ ନେଇ କ୍ରିଷ୍ଣା ପୁରୀ ଜିଆର୍‌ପିରେ ଅଭିଯୋଗ କରିଛନ୍ତି। ଆମ ଅଞ୍ଚଳରେ ଆସୁନଥିବା କହି ପୁରୀ ଜିଆର୍‌ପି କଥା ଏଡ଼ାଇଯିବା ପରେ ମହିଳା ଜଣକ ରେଳବାଇ ହେଲପ୍‌ଲାଇନରେ ଅଭିଯୋଗ କରିଛନ୍ତି। ହେଲପଲାଇନ୍ ଜରିଆରେ ଅଭିଯୋଗ ପାଇବା ପରେ ଖୋର୍ଧା ଜିଆର୍‌ପି ଏହାର ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ଶିକ୍ଷୟିତ୍ରୀ ହୋଇଥିବାବେଳେ ସଂରକ୍ଷିତ ଏସି ବଗିରେ ଟିଟିଇ ଓ ରେଳ ସୁରକ୍ଷା ବଳଙ୍କ ଅବହେଳା ଯୋଗୁ ଯାତ୍ରୀମାନେ ଲୁଟପାଟ୍‌ର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର