ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ବିଜୁ ଏକ୍ସପ୍ରେସୱେ କୁନାଲ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ରାତି ସାଢ଼େ ୯ଟାରେ ଲୁଟ୍ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।
ରାତିରେ ଘରକୁ ଫେରୁଥିବା କେନ୍ଦୁପଡ଼ାର ବିକାଶ କୁମାର ଟିଗ୍ଗାଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ଲୁହା ଛଡ଼ରେ ଆକ୍ରମଣ କରି ତାଙ୍କ ଠାରୁ ସୁନା ଚେନ୍ ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ସେମାନଙ୍କ ମଧ୍ୟରୁ ବିକାଶ ୨ ଅଭିଯୁକ୍ତଙ୍କୁ ଚିହ୍ନି ଥିବାରୁ ଗୁରୁବାର ସକାଳେ ଟାଉନଥାନାରେ ଏତଲା ଦେଇଥିଲେ।

Advertisment

ମାମଲାରେ ଟାଉନ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମହାନ୍ତିଆପଡ଼ାର ଅଭିରାମ ସୁନ୍ଯାନୀ (୨୪) ଓ ରିଜେଣ୍ଟମାର୍କେଟ ଘାସିପଡ଼ାର ପ୍ରଥମ ସେନ୍ଦ୍ରିଆ ଓରଫ ସିନ୍ଦୁରିଆ ଓରଫ ଘାସି (୨୪)। ପୂର୍ବରୁ ଦୁହେଁ ବହୁ ଅପରାଧ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି। ଅଭିଯୁକ୍ତ ପ୍ରଥମ ସିନ୍ଦୁରିଆ ନାମରେ ଟାଉନଥାନାରେ ୨୦୧୯ରୁ ଏଯାଏ ୧୧ ଲୁଟ୍, ଡକାୟତି, ରାହାଜାନି, ହତ୍ଯା ଧମକ, ହତ୍ଯା ଉଦ୍ୟମ, ଅସ୍ତ୍ରଶସ୍ତ୍ର ନିବାରଣ ଆଇନରେ ମାମଲା ରୁଜୁ ହୋଇଛି। ସେହିପରି ଅଭିଯୁକ୍ତ ଅଭିରାମ ସୁନ୍ଯାନୀ ନାମରେ ଟାଉନଥାନା, ସଦର ଓ ହେମଗିର ଥାନାରେ ୭ଟି ଡକାୟତି, ଲୁଟ୍, ହତ୍ୟ‌େ ଉଦ୍ୟମ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଆହତ ବିକାଶ ସୁନ୍ଦରଗଡ଼ ଜିଲ୍ଲା ମଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।