ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରୁ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନାଚେନ୍‌ ଝାମ୍ପି‌ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଯାଜପୁରରୋଡ ଥାନାରେ ଅଭିଯୋଗ ହେବା ପରେ ୫୭୫/୨୨ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, କୁଆଖିଆ ଥାନା ଅନ୍ତର୍ଗତ ଭୋଟକା ପଞ୍ଚାୟତ ବିଲିପଡ଼ା ଗ୍ରାମର ଆଶିଷ ଚକ୍ର ଗତ ୧୧ ତାରିଖରେ ତାଙ୍କ ବନ୍ଧୁଘର କୋରେଇ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମକୁ ଆସିଥିଲେ।

ଆଶିଷ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ଏକ ବାଇକ୍‌ରେ ଶଙ୍ଖଚିଲା-ଯାଜପୁରରୋଡ ରାସ୍ତାରେ ଆସି ସଂଧ୍ୟାରେ ଡ୍ରେସ୍‌ କିଣିଥିଲେ। ଚୋରଦା ବାଇପାସ୍‌ ନିକଟରେ ଥିବା ଏକ ଦୋକାନରୁ ଆଶିଷ ଓ ଗୀତାଞ୍ଜଳି ଡ୍ରେସ୍‌ କିଣି ବାହାରକୁ ବାହାରିଥିଲେ। ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୀତାଞ୍ଜଳିଙ୍କ ବେକରୁ ପ୍ରାୟ ୧୩ ଗ୍ରାମର ସୁନାଚେନ୍‌ ଛିଣ୍ଡାଇ ନେଇଥିଲେ। ଚେନ୍‌ ଛିଣ୍ଡାଇ ନେବା ପରେ ଦୁର୍ବୃତ୍ତମାନେ ‌ଚୋରଦା ଛକ ଆଡ଼କୁ ଦ୍ରୁତଗତିରେ ପଳାଇ ଯାଇଥିଲେ। ଏହାକୁ ନେଇ ଆଶିଷ ଓ ଗୀତାଞ୍ଜଳି ଯାଜପୁରରୋଡ ଥାନ‌ାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ବି ଲୁଟେରାମାନଙ୍କର କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର