ନୂଆପଡା: ନୂଆପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାରାବଙ୍ଗ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଦୁର୍ବୃତ୍ତମାନେ ସୁନାବ୍ୟାଗ୍ ଝାମ୍ପିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସାରାବଙ୍ଗ ଗାଁର ଅର୍ଦ୍ଧେଶ ଦୀକ୍ଷିତ ଘର ସମ୍ମୁଖରେ ଏକ ଗହଣା ଦୋକାନ ଦେଇଛନ୍ତି। ସବୁଦିନ ଭଳି ଆଜି ଅର୍ଦ୍ଧେଶଙ୍କ ବାପା ଦୋକାନ ବନ୍ଦ କରି ବ୍ୟାଗରେ ସୁନାଗହଣା ଧରି ଘରକୁ ଆସୁଥିଲେ।
ଏହି ସମୟରେ ପୂର୍ବରୁ ଯୋଜନା କରିଥିବା ଦୁର୍ବୃତ୍ତମାନେ ଏକ ବାଇକ୍ରେ ଆସି ଘର ଆଗରୁ ସୁନା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ସେଥିରେ ମୋଟ ୧୨ଲକ୍ଷ ଟଙ୍କାର ସୁନାଗହଣା ରହିଥିବା ଅଭିଯୋଗ ହୋଇଛି। ଏନେଇ ନୂଆପଡ଼ା ଥାନାରେ ଅଭିଯୋଗ କରାଯାଇଛି। ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ନିର୍ମଳ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/loot-2.jpg)