ସଫା କରିବା ଆଳରେ ସୁନାଗହଣା ଧରି ଛୁ’

ଝରାଡ଼ିହି-୨: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗୁହାଳଡ଼ାଙ୍ଗିରି ଗ୍ରାମକୁ ଆଜି ଦୁଇଜଣ ଯୁବକ ଏକ ପଲ୍‌ସରରେ ଆସିଥିଲେ। ସେମାନେ ଲୋକଙ୍କୁ ସୁନାଗହଣା ସଫା କରିଦେବେ ବୋଲି କହିଥିଲେ। ଫଳରେ ନରେନ୍ଦ୍ର ନାଥ ଧୀରଙ୍କ ପରିବାରର ମହିଳାମାନେ ୩ଟି ସୁନା ଚେନ୍ ଓ ୩ଟି ମୁଦି ସଫା କରିବାକୁ ଦେଇଥିଲେ।

ତେବେ ସଫା ପାଇଁ ହଳଦୀଗୁଣ୍ଡ ଆଣିବାକୁ ମହିଳାମାନଙ୍କୁ କହିଥିଲେ। ‌ସେମାନେ ହଳଦୀଗୁଣ୍ଡ ଆଣିବା ପାଇଁ ଘର ଭିତରକୁ ଯିବା କ୍ଷଣି ଯୁବକମାନେ ସୁନାଗହଣା ଧରି ସେଠାରୁ ଛୁ’ ମାରିଥିଲେ। ଏ ନେଇ ବହଳଦା ଥାନାରେ ନରେନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ୭୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର