କାଳିଆପାଣି: କାଳିଆପାଣି ଥାନା କାଙ୍କଡ଼ପାଳସ୍ଥିତ ବୃହତ୍‌ ଜଳ ବିଶୋଧନ କାରଖାନା ପରିସରରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଗତକାଲି ରାତିରେ ଏକାଧିକ ଦୁର୍ବୃତ୍ତ ଟଙ୍କା ବାକ୍ସ ଥିବା ଘରର କବାଟ ଭାଙ୍ଗି ଏଠାରେ ଥିବା ଆଇରନ ଚେଷ୍ଟକୁ ଟେକିନେଇ ଚମ୍ପଟ ମାରିଥିଲେ।

Advertisment

ସେଥିରେ ୧ ଲକ୍ଷ ୩୩ ହଜାର ଟଙ୍କା ଥିଲା ବୋଲି କମ୍ପାନି କର୍ତ୍ତୃପକ୍ଷ ଏତଲାରେ ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇନାହିଁ।