ପାଟଣାଗଡ଼/ଖପ୍ରାଖୋଲ/ ଧଣ୍ଡାମୁଣ୍ଡା : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତମାନେ ଗାଁର ଭରତ ସାହୁଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହିତ ୧୮ଭରି ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଶାନ୍ତିପୁର ଗାଁର ଭରତ ସାହୁଙ୍କ ଘରକୁ ଶୁକ୍ରବାର ବିଳମ୍ବିତ ରାତିରେ ୧୨ରୁ ଅଧିକ ସଶସ୍ତ୍ର ଡକାୟତ ପହଞ୍ଚିଥିଲେ। ସେମାନେ ପ୍ରଥମେ ଗ୍ରିଲ ଭାଙ୍ଗି କବାଟ ଭାଙ୍ଗିଥିଲେ। ଭରତଙ୍କ କୋଠରିକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ରଖିଥିବା ଟ୍ରେଜେରିର ଚାବି ମାଗିଥିଲେ। ଚାବି ନ ଦେଲେ ଗୁଳି କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଭରତଙ୍କ ପତ୍ନୀ ଚାବି ଦେଇଥିଲେ। ଡକାୟତମାନେ ଘରେ ଥିବା ନଗଦ ୭ ଲକ୍ଷ ଟଙ୍କା ସହିତ ୧୮ଭରି ସୁନା ନେଇ ପଳାଇଥିଲେ। ଘରୁ ବାହାରିବା ପରେ ହୋହଲ୍ଲା ହେବାରୁ ସାଇ ପଡ଼ିଶା ଲୋକେ ଡକାୟତମାନଙ୍କୁ ଘେରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସେମାନେ ବୋମା ଫୁଟାଇ ଗାଁ ଲୋକଙ୍କୁ ଭୟଭୀତ କରାଇ ପଳାଇବାରେ ସକ୍ଷମ ହୋଇଥିଲେ। ଖବର ପାଇ ପୁଲିସ ପହଞ୍ଚିଥିଲା। ଶନିବାର ବଲାଙ୍ଗୀର ଏସପି ନିତିନ କୁଶଲକରଙ୍କ ସମେତ ପୁଲିସ କର୍ମଚାରୀମାନେ ପହଞ୍ଚି ଅଧିକ ତଦନ୍ତ କରିଥିଲେ।
ଲୁଟିନେଲେ ୭ ଲକ୍ଷ ନଗଦ ସହ ୧୮ଭରି ସୁନା
/sambad/media/post_attachments/wp-content/uploads/2021/01/balangir-loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)