ପିପିଲି: ପିପିଲିର ଡେଲାଙ୍ଗ ଥାନା ନିକଟରୁ ବନ୍ଧୁକ ମୂନରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି। କେତେକ ଅଜଣା ଯୁବକ ତାଙ୍କଠାରୁ ୨୭୦ ଗ୍ରାମ୍ ସୁନା, ୬କେଜି ରୁପା ଲୁଟିନେଇଛନ୍ତି। ବ୍ୟବସାୟୀ ଜଣକ ଷ୍ଟେସନ ବଜାରଠାରେ ଥିବା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ବନ୍ଧୁକ ଦେଖାଇ ୪ ଜଣ ଅଜଣା ଯୁବକ ବ୍ୟବସାୟୀଙ୍କ ହାତରୁ ସୁନା ଏବଂ ରୁପା ଥିବା ବ୍ୟାଗ୍ ଲୁଟିଥିବା ଥାନାରେ ଅଭିଯୋଗ ହୋଇଛି।
ଅଳଙ୍କାର ଦୋକାନୀ ପ୍ରଶାନ୍ତ ମହାପାତ୍ର ଦୋକାନ ବନ୍ଦ କରି ଘରକୁ ଯିବା ବେଳେ ବାଟରେ ଲୁଟ୍ ହୋଇଛି । ଦୋକାନ ବନ୍ଦକରି ଏକ ବ୍ୟାଗରେ ସୁନା ରୂପା ଅଳଙ୍କାର ଧରି ଯିବା ବେଳେ ବାଟରେ ୪ରୁ ୫ ଜଣ ଲୁଟେରା ଅଟକାଇଥିଲେ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଅଳଙ୍କାର ବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ । ଲୁଟ୍ ହୋଇଥିବା ସୁନା ଏବଂ ରୁପାର ଅନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଦୋକାନୀ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/3-2.jpg)