ସୂଚନାନୁସାରେ, ଗତକାଲି ରାତି ୯ଟାରେ ଦୋକାନ ବନ୍ଦ କରି ନିକଟରେ ଥିବା ଏକ କୋଠରିରେ ୩ଜଣ କର୍ମଚାରୀ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ସୁଧୀର ସାହୁ ନାମକ ଜଣେ କର୍ମଚାରୀ ଭୋର୍ ସାଢ଼େ ୩ଟାରେ ହଠାତ୍ ଉଠି ଦୋକାନ ଆଗପଟକୁ ଆସିଥିଲେ। ଦୋକାନ ସମ୍ମୁଖରେ ଝୁଲୁଥିବା ଦୁଇଟି ତାଲା ଓ ଗ୍ରିଲ୍ର ଗୋଟିଏ ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ସଂଗେ ସଂଗେ ସେ ଅନ୍ୟ ସହଯୋଗୀଙ୍କୁ ଆଣି କବାଟ ଖୋଲି ଦେଖିଲା ବେଳକୁ ଗଚ୍ଛିତ ସମସ୍ତ ମଦ ପେଟି ଓ ନଗଦ ୧୦ହଜାର ଟଙ୍କା ଲୁଟ୍ ହୋଇ ଯାଇଥିଲା। ଦୋକାନରୁ ୮୬ ପେଟି ବିଭିନ୍ନ ବ୍ରାଣ୍ଡ୍ର ମଦ ଓ ବିୟର୍ ଚୋରି ହୋଇଥିବା ଜଣାପଡ଼ିଛି। ଯାହାର ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ। ଏହାସହ କ୍ୟାସ୍ କାଉଣ୍ଟର୍ରୁ ୧୦ହଜାର ୫୦ ଟଙ୍କା ଦୁର୍ବୃତ୍ତ ମାନେ ନେଇଯାଇଥିଲେ।