ଯାଜପୁର: ଦଶରଥପୁର ବ୍ଲକର ଦଶରଥପୁର ପଂଚାୟତ ୯ନଂ ବୁଥର ଭୋଟ ବାକ୍ସକୁ ପୋଖରୀ ଭିତରୁ ଉଦ୍ଧାର କରାଯାଇଛି। ପୁଲିସର ଉପସ୍ଥିତିରେ ଦମକଳ ବାହିନୀର ଏକ ଟିମ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଭୋଟ ବାକ୍ସକୁ ପାଇଛନ୍ତି। ପୁଲିସ ଏହି ଭୋଟ୍ ବାକ୍ସକୁ ଜବତ କରିଛି। ଏହି ଭୋଟ୍ ବାକ୍ସ ଲୁଟ୍ ଘଟଣାରେ ସଂପୃକ୍ତ ୨ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ଖୋଜୁଛି।
ସୂଚନା ଅନୁସାରେ ଦଶରଥପୁର ବ୍ଲକ ଅନ୍ତର୍ଗତ ଈଶ୍ବରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ବୁଥ ପ୍ରସ୍ତୁତ ହୋଇଥିଲା। ମତଦାନ ଶେଷ ହେବା ପରେ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବାର ପୋଲିଂ ବୁଥ୍ ଠାରୁ କର୍ମଚାରୀମାନେ ଚାଲିଚାଲି ଭୋଟ ବାକ୍ସ ନେଇ ଷ୍ଟ୍ରଙ୍ଗ୍ରୁମ୍କୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ଭୋଟ ବାକ୍ସ ପୋଲିଂ କର୍ମଚାରୀଙ୍କଠାରୁ ବଳପୂର୍ବକ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ।
/sambad/media/post_attachments/wp-content/uploads/2022/02/Capture2-1.jpg)
ତେବେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ପୋଖରୀରେ ଫିଙ୍ଗି ଦେବା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ବୃତ୍ତମାନେ ଧରାପଡ଼ି ନାହାନ୍ତି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଛଡ଼ାଇ ନେବା ବେଳେ ପୁଲିସ କ’ଣ କରୁଥିଲା? ମତଦାନ ଶେଷ ହେବା ପରେ ଭୋଟ୍ ବାକ୍ସକୁ ପୋଲିଂ କର୍ମଚାରୀମାନେ ହାତରେ ନେଇ ଚାଲିଚାଲି ଯିବା କେତେ ଯୁକ୍ତିଯୁକ୍ତ? ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଠାରେ ପୁଣି ଥରେ ମତଦାନ ହେବାର ଆଶଙ୍କା ଦେଖାଯାଉଥିବା ବେଳେ ଏଥି ପାଇଁ ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ।
ନିର୍ବାଚନ ସମୟରେ ଯାଜପୁରରେ ପୁଣି ହିଂସା ଦେଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଥ କ୍ୟାପଚରିଂକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇପାରି ନାହିଁ। ଆଜି ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତର ୮ ନମ୍ବର ବୁଥରେ ରିଗିଂ ଅଭିଯୋଗ ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ba62f7db-029f-4cf7-bbf2-aa2adb11fa44.jpg)