କାର୍‌ କାଚ ଭାଙ୍ଗି ଲୁଟ୍‌ ମାମଲା : ଧରାପଡ଼ିଲା ୪ ଜଣିଆ ଗ୍ୟାଙ୍ଗ୍‌

ଭୁବନେଶ୍ୱର : ଗତ ୧ ତାରିଖ ଦିନ ଷ୍ଟେସନ ବଜାରରୁ କାର୍‌ କାଚ ଭାଙ୍ଗି ଲୁଟ୍‌ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଲୁଟେରା ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଉତ୍ତରପ୍ରଦେଶ ଆଜମଗଡ଼ର ବିକାଶ ମାଳି, କେଉଁଝରର ରୁଦ୍ର ମିଶ୍ର, ପୁରୀର ପୁରିଆ ପାତ୍ର ଓ ଭୁବନେଶ୍ବର ବୁଦ୍ଧନଗରର ଚିଣ୍ଟୁ ସାହୁ। ଏମାନେ ଲକ୍ଷ୍ମୀସାଗରରେ ରହୁଥିଲେ। ଏହି ଗ୍ୟାଙ୍ଗ କେତେବେଳେ‌ ଗାଡ଼ି ଆଗରେ ଟଙ୍କା ପକାଇ ତ’ କେତେବେଳେ ଚାଳକକୁ ଭୁଆଁ ବୁଲାଇ ଲୁଟୁଥିଲା। ୪ ଜଣ ଯାକ ଅତି ସହଜରେ ବିନା ଅସ୍ତ୍ରରେ ବର୍ଷ ବର୍ଷ ଧରି ଏପରି କରି ଆସୁଥିଲେ ବୋଲି ପୁଲିସ କହିଛି। ଗତ ୧ ତାରିଖ ଦିନ ଲୋକେ ଜଣକୁ ଧରି ପୁଲିସ ଜିମା ଦେବା ପରେ ଏହି ଗ୍ୟାଙ୍ଗ ଧରାପଡ଼ିଛି।

ପ୍ରକାଶ ଥାଉକି, ୧ ତାରିଖ ଦିନ ପୁରୀରୁ ବ୍ରହ୍ମପଦ ମହାନ୍ତି ଏକ କାର୍‌ରେ ଭୁବନେଶ୍ବର ଆସିଥିଲେ। ଅପରାହ୍‌ଣ ସାଢ଼େ ୫ଟା ବେଳେ ସେ କଟକ ରୋଡ୍‌ ଷ୍ଟେସନ ବଜାରରେ ଓହ୍ଲାଇ ଏକ ସୋ’ ରୁମ୍‌କୁ ଯାଇଥିବା ବେଳେ ଅଭିଯୁକ୍ତ ରୁଦ୍ର କାର୍‌ କାଚ ଭାଙ୍ଗି ବ୍ୟାଗ୍‌ ଚୋରି କରିନେଇଥିଲା। ଲୋକେ ରୁଦ୍ରକୁ କାବ କରି ଲକ୍ଷ୍ମୀସାଗର ଥାନା ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର