କେନ୍ଦୁଝର: କେନ୍ଦୁଝରରେ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଲେ । ବାଂଶପାଳ ବ୍ଲକ ନୟାକୋଟ ଥାନା ଫୁଲଝର ସ୍ଵପ୍ନେଶ୍ୱର ପେଟ୍ରୋଲ ପମ୍ପରେ ହୋଇଛି ବଡଧରଣର ଡକାୟତି । ପେଟ୍ରୋଲ୍ ପମ୍ପର ଆଇରନ୍ ଚେଷ୍ଟରୁ ଆରମ୍ଭ କରି ସିସିଟିଭି ସବୁ ଲୁଟିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଥିବାବେଳେ ସୂଚନା ଅନୁଯାୟୀ, ଗତକାଲି ରାତିରେ ୪ ଜଣ ବନ୍ଧୁକଧାରୀ ଫୁଲଝର ପେଟ୍ରୋଲ ପମ୍ପରେ ଗୁଳି ଫୁଟାଇ ଏହାର ଆଇରନ୍ ଚେଷ୍ଟରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଆଜି ସଦର ଏସଡ଼ିପିଓ ଓ ଫୋରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ୍ ଘଟଣାସ୍ଥଳରୁ ୨ଟି ଫୁଟା ଓ ୩ଟି ଅଫୁଟା ଗୁଳି ଜବତ କରିଥିବା ବେଳେ ପମ୍ପ ନିକଟସ୍ଥ ପଡିଆରୁ ଲକରକୁ ମଧ୍ୟ ଉଦ୍ଧାର କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୪ ଜଣ ଲୁଟେରା ଲୁଟ କରିଥିବାବେଳେ ଏବେ ତଦନ୍ତ ଜାରି ରହିଛି |
ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା
/sambad/media/post_attachments/wp-content/uploads/2023/10/cb629cc4-11aa-4cf4-8b61-b8ad8ac6dcd7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)