ଗୋଡ଼ଭଗା: ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଲକ୍ଷାଧିକ ଟଙ୍କ ଲୁଟ୍ ହୋଇଛି। ଜଣେ ଚାଷୀ ବ୍ୟାଙ୍କରୁ ଋଣ ଟଙ୍କା ଉଠାଇ ବାହାରୁଥିବା ବେଳେ ଏକ ବାଇକ୍ରେ ୨ ଆରୋହୀ ବ୍ୟାଗ୍ ସହିତ ତାଙ୍କ ଟଙ୍କା ଛଡ଼ାଇ ନେଇଛନ୍ତି। ଏହାକୁ ନେଇ ଚାଷୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍ରେ ଚାଷୀ ନିର୍ମଳ ପୁତ୍ତି ପଟ୍ଟାଭି ଗୋଡ଼ଭଗା ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଇ ଛକ ଆଡ଼କୁ ଆସୁଥିଲେ। ଏହି ସମୟରେ ଏକ ବାଇକ୍ରେ ୨ ଦୁର୍ବୃତ୍ତ ଦ୍ରୁତ ଗତିରେ ଆସି ତାଙ୍କଠାରୁ ବ୍ୟାଗ୍କୁ ଝାମ୍ପି ନେଇଥିଲେ। ଟଙ୍କା ବ୍ୟାଗ୍ ଛଡ଼ାଇବା ବେଳେ ନିର୍ମଳ ତଳେ ପଡ଼ି ଯାଇଥିଲେ। ବ୍ୟାଗ୍ରେ ଲକ୍ଷେ ୨୫ ହଜା ଟଙ୍କା ଥିଲା ବୋଲି ସେ କହିଛନ୍ତି। ସଙ୍ଗେ ସଙ୍ଗେ ସେ ଫାଣ୍ଡିରେ ଅଭିଯୋଗ କରିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ମିଳିନି। ଅନ୍ୟପକ୍ଷରେ ବର୍ତ୍ତମାନ ଚାଷୀଙ୍କ ଋଣ ଟଙ୍କା ଉଠାଣ ଚାଲିଥିବାରୁ ବ୍ୟାଙ୍କଗୁଡ଼ିକରେ ପୁଲିସ ମୁତୟନ କରିବାକୁ ଦାବି ହୋଇଛି।
ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2020/11/10_02_2020-loot-on-bike_20017447.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)