ହୋଟେଲ୍‌ କାଉଣ୍ଟରରେ ଲୁଟ୍‌ : ଭୁୁଜାଲି ଦେଖାଇ ୨ଲକ୍ଷ ନେଇଗଲେ

ବରଗଡ଼ : ବରଗଡ଼ ସହର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଗୋଟିଏ ହୋଟେଲ କାଉଣ୍ଟରରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଥିବା ବ୍ୟକ୍ତି ଜଣକ ଛତିଶଗଡ଼ ରାୟପୁରର ଆଲୋକ ଭଟ୍ଟ। ସେ ରାୟପୁରରେ ପ୍ରକାଶ ମାର୍କେଟିଂ ନାମକ ଏକ ସଂସ୍ଥାରେ କାମ କରନ୍ତି।

ବ୍ୟବସାୟିକ କାମ ପାଇଁ ସେ ରବିବାର ବରଗଡ଼ ଆସିଥିଲେ। ବିଭିନ୍ନ ଦୋକାନରୁ ଟଙ୍କା କଲେକ୍ସନ କରି ବିନାୟକ ହୋଟେଲ୍‌ରେ ରୁମ୍‌ ବୁକ୍‌ କରିବା ପାଇଁ ପହଂଚିଥିଲେ। କାଉଣ୍ଟରରେ ଥିବାବେଳେ ୨ଜଣ ଅଜଣା ଯୁବକ ସେଠାକୁ ଆସିଥିଲେ। ତାଙ୍କ ପରିଚୟପତ୍ର ମାଗିଥିଲେ। ଏତିକି ବେଳେ ହଠାତ୍‌ ଜଣେ ଯୁବକ ତାଙ୍କୁ ଭୁଜାଲି ଦେଖାଇ ଧମକ ଦେଇଥିଲେ। ଏହାପରେ ମାଡ଼ ମାରି ଆଲୋକଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇ ପଳାଇଥିଲେ। ହୋଟେଲ୍‌ର ସିସି କ୍ୟାମେରାରେ ଏହି ଘଟଣାବଳୀ ରେକର୍ଡ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଫୁଟେଜ୍‌ ଯାଂଚ କରିଛି। ଅଭିଯୁକ୍ତମାନେ ଚିହ୍ନା ମୁହଁ ବୋଲି କୁହାଯାଉଛି। ତାଙ୍କୁ କାବୁ ଶୀଘ୍ର କରାଯିବ ବୋଲି ପୁଲିସ୍‌ କହୁଛି।

ସମ୍ବନ୍ଧିତ ଖବର