ଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି। ସ୍ପଷ୍ଟ ଦିବାଲୋକରେ ସେମାନେ ଲୁଟ୍ତରାଜ ଚଳାଇଥିଲେ ହେଁ ପୁଲିସ୍ କାହାରିକୁ ଧରିପାରୁ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଶିନବାର ଦିନ ଦ୍ବିପ୍ରହରରେ ଜଣେ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଲୁଟ୍ ଘଟଣା ଅଞ୍ଚଳରେ ଚଚ୍ଚାର୍ର ବିଷୟ ହୋଇଛି। ପ୍ରାପ୍ତ ସୂଚନାନୁସାରେ ଭାରତ ପାଇନାନ୍ସ କମ୍ପାନିରେ କାମ କରୁଥିବା ସୁବର୍ଣ୍ଣପୁର ଜିଲ୍ଲା ଧୁବାମୁର୍ଡା ଗ୍ରାମର ରାହାସ ଭୋଇନା ଆଜି ରେଢ଼ାଖୋଲ ଥାନା ବୁଡାର୍ ଅଞ୍ଚଳକୁ ଏସ୍ଏଚ୍ଜିମାନଙ୍କଠାରୁ ଋଣ କିସ୍ତି ଆଦାୟ କରିବାକୁ ଯାଇଥିଲେ। ଦିନ ପ୍ରାୟ ୨ଟା ବେଳେ ସେ ଟଙ୍କା ଆଦାୟ କରି ଫେରୁଥିବା ବେଳେ ବୁଡ଼ାର୍ ଜଙ୍ଗଲ ରାସ୍ତାର ଏକ ଘାଟିରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ନଗଦ ୨୦ ହଜାର ଟଙ୍କା, ଲାପ୍ଟପ୍ ଓ ମୋବାଇଲ୍ ଲୁଟି ଫେରାର୍ ହୋଇଯାଇଥିଲେ। ଏ ନେଇ ଶ୍ରୀ ଭୋଇନା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାରେ ସଂପୃକ୍ତ କାହାରିକୁ ବି ଧରିବାରେ ପୁଲିସ ସଫଳ ହୋଇନାହିଁ।
ପ୍ରକାଶ ଥାଉ କି ଲୁଟେରାମାନେ ବାରମ୍ବାର ଲୁଟ କରି ଚାଲିଥିଲେ ହେଁ ପୁଲିସ୍ ସେମାନଙ୍କ ପତ୍ତା ପାଉନାହିଁ। ଗତ ଏପ୍ରିଲ ମାସରେ ମୁଟୁରୁମୁଣ୍ତା ଘାଟିରେ ଭରତାପୁର ଗ୍ରାମର ଜଣେ ଯୁବକଙ୍କଠାରୁ ୮୯ ହଜାର ଟଙ୍କା ଲୁଟ ହୋଇଥିଲା। କିଛି ଦିନ ବ୍ୟବଧାନରେ ମେ ମାସରେ ରେଢ଼ାଖୋଲ ସହର କଦମ୍ବ ପନିଆ ନିକଟରେ ଜନୈକା ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟ୍ ହୋଇଥିଲା। ଗତ ଜୁନ୍ ମାସରେ ଏକ ଶିକ୍ଷକ ଦମ୍ପତିଙ୍କଠାରୁ ଶୁଣ୍ଢିମୁଣ୍ତା ଛକରେ ୧ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ବାରମ୍ବାର ଲୁଟ ଘଟଣା ଘଟୁଥିଲେ ହେଁ ପୁଲିସ୍ ସେମାନଙ୍କୁ ଧରିପାରୁନାହିଁ। ଯଦ୍ବାରା ଲୋକେ ଅସୁରକ୍ଷିତ ମଣିବା ସହ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସମ୍ବଲପୁର ଏସ୍ପି ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।