ବରଗଡ଼ : ‘ଓଡ଼ିଶା ଜୀବିକା ମିସନ’ ଆଳରେ ଭେଡ଼େନ ବ୍ଲକ୍ରେ ବ୍ୟାପକ କେଳେଙ୍କାରୀ ଅଭିଯୋଗ ହୋଇଛି। ମହିଳାମାନେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସରେ ଏଭଳି ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଏହି ଯୋଜନାରେ ପ୍ରଥମେ ମହିଳା ମାନଙ୍କୁ ନିଯୁକ୍ତି ପାଇ ତାଲିମ, ପରେ ପ୍ରତ୍ୟେକ ପଞ୍ଚାୟତରେ ମାସେ ପଞ୍ଚାୟତ ଅଫିସ୍ରେ ରହିବା, ଖାଇବା ଖର୍ଚ୍ଚ ନିଜେ ବହନ କରି ଚାରି ଜଣିଆ ଟିମ୍ ହୋଇ ଉକ୍ତ ପଞ୍ଚାୟତ ଏସ୍ଏଚ୍ଜିର ତଥ୍ୟ ସଂଗ୍ରହ କରାଯାଏ। ଗାଇଡଲାଇନ ହିସାବରେ ୩୦ ଦିନରେ ୪୫୦ ରୁ ୫୦୦ ଘର ସର୍ଭେ କରିବା ନିୟମ ଅଛି। ଉକ୍ତ ତଥ୍ୟ ସବୁକୁ ସଂଗ୍ରହ କରି ମାସକରେ ସେହି ବ୍ଲକ୍ର ‘ଓଡ଼ିଶା ଜୀବିକା ମିସନ’ କାର୍ଯ୍ୟାଳୟ ଜମା ଦେଇଥାନ୍ତି। ସରକାର ଏଥିବାବଦକୁ ଜଣ ପିଛା ଦିନକୁ ୩ଶହ ଟଙ୍କା ଦେଇଥାନ୍ତି।
କିନ୍ତୁ ଭେଡ଼େନ ବ୍ଲକ୍ରେ ବିଭାଗୀୟ ଅଧିକାରିଣ ନକଲି ବିଲ୍ ଭାଉଚର କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିଛି। ଏନେଇ ରଜନୀ ସାହୁ, ସୁନୀତା ବାଗ, ନିରୁପମା ସେନ୍, ମାଧବୀ ସେଠ, ଭସାବତୀ ଲୁହା, ଜୟନ୍ତୀ ସେଠ, ବବିତା ସାହୁ, ରୁକୁଣି ଡାଙ୍ଗ, ବବିତା ଭୋଇ, ମିଦମ୍ବିନି ଦାଶ, ରଶ୍ମିତା ଦାଶ, ଅହଲ୍ୟା ମହଲିଙ୍ଗ, କଳ୍ପନା ଦାଶ, ପୁଷ୍ପାଞ୍ଜଳି ଦାଶ ଅଭିଯୋଗ ଆଣିଛନ୍ତି। ବ୍ଲକର ୨୧ଟି ପଞ୍ଚାୟତରୁ ୧୦ଟି ପଞ୍ଚାୟତର ସୂଚନା ଅଧିକାର ତଥ୍ୟ ମଗାଯାଇଥିଲା। ସେଥି ମଧ୍ୟରୁ ୯ଟି ପଞ୍ଚାୟତ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/7ee7e599-3f0d-41f1-babb-d867fd6dff6d.jpg)