ବିଜେଡି ମହିଳା ମୋର୍ଚ୍ଚାରେ ବ୍ୟାପକ ଅଦଳବଦଳ: ମହିଳା କମିଶନର ଅଧ୍ୟକ୍ଷ ପଦରୁ ଲୋପାମୁଦ୍ରା ବକ୍ସିପାତ୍ର ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦରୁ ମୀନତି ବେହେରା ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଦଳବଦଳ ପୂର୍ବରୁ ଲୋପାମୁଦ୍ରା ବକ୍ସିପାତ୍ର ମହିଳା କମିଶନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ମୀନତି ବେହେରା ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟଙ୍କୁ ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଲୋମାମୁଦ୍ରା ବକ୍ସିପାତ୍ର ନିଜ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଦଳୀୟ କାର୍ଯ୍ୟକ୍ରମରେ ଅଧିକ ସମୟ ଦେବା ପାଇଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏଥିସହିତ ହିଁ ତାଙ୍କୁ ଏଥିପାଇଁ କୌଣସି ଚାପ ଦିଆଯାଇ ନଥିବା ବୋଲି ଲୋପାମୁଦ୍ରା କହିଛନ୍ତି । ସେପଟେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତୀ ବେହେରା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ଲୋପାମୁଦ୍ରା ଏବଂ ମିନତୀଙ୍କୁ ସାଂଗଠନିକ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର