ଜ୍ବରରେ ମହାପ୍ରଭୁ, ଦିଆଗଲା ପଥିଭୋଗ, ଘନ ଅନ୍ଧକାରରେ ଚାଲିଛି ଗୋପନ ଉପଚାର

ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ପୁରୀ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା କାରଣରୁ ଅଣସର ବାସରେ ରହିଛନ୍ତି ଶ୍ରୀଜିଉ।

ଗତକାଲି ରାତିରେ ସ୍ନାନବେଦୀରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। ଚାଲିଛି ମହାପ୍ରଭୁଙ୍କ ଜ୍ବରର ଉପଚାର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ଗୁପ୍ତ ନୀତି। ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱର ପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଘଣ୍ଟଘଣ୍ଟା ବାଜିବା, ସବୁକିଛି ବାରଣ କରାଯାଇଛି।

Odisha Sun Times

ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
ବ୍ରହ୍ମଗିରି : ପବିତ୍ର ସ୍ନାନ ପୂର୍ଣ୍ଣମୀରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ତିକୁ ବିଜେ କରିବାପରେ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ବିନା ଶ୍ରୀଜିଉଙ୍କ ନୀତିକାନ୍ତି କେବଳ ହୋଇଛି। କରୋନା କଟକଣା ଯୋଗୁ ଗତକାଲି ରାତିରୁ ପ୍ରଶାସନ ମନ୍ଦିର ଚାରିପଟ ଓ ଭିତରେ ୧୪୪ ଧାରା ଜାରି କରିଛି। ମନ୍ଦିର ଚାରିପଟକୁ ପ୍ରଶାସନ ସିଲ୍‌ କରି ଦେଇଛି।

ସମ୍ବନ୍ଧିତ ଖବର