ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ଶ୍ରୀମୁଖ ସିଂଗାର ସହ ଅନ୍ୟାନ୍ୟ ନୀତି ସଂପନ୍ନ କରାଯାଇଛି। ସିଂହାରୀ ସେବକମାନଙ୍କ ଦ୍ବାରା ଏହି ନୀତି ସଂପନ୍ନ ହୋଇଥିଲା। ଏଥି ପାଇଁ ଆଜି ୩ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଆଜି ଦ୍ବିତୀୟ ଭୋଗମଣ୍ଡପ ପରେ ଅପରାହ୍ଣ ୪ଟାରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା। ରାତି ୭ଟାରେ ଏହି ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା। ଫଳରେ ଅପରାହ୍ଣ ୪ରୁ ରାତି ୭ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା।
ମହାପ୍ରଭୁଙ୍କୁ ବନକଲାଗି
୩ ଘଣ୍ଟା ବନ୍ଦ ରହିଲା ଦର୍ଶନ
/sambad/media/post_attachments/wp-content/uploads/2019/02/jaga-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)