ଭୁବନେଶ୍ବର: ମୋ କାଳିଆକୁ ଶୀତ ହେଉଥିବ। ତାକୁ ଟିକେ ଘୋଡ଼େଇ ଦିଅରେ। ବରଷା ଦିନ ପରା! ଆହାଃ, ବ୍ରହ୍ମାଣ୍ଡର ଠାକୁର ଆଜି ଇଏ କି ଅବସ୍ଥାରେ। ହେ ମହାପ୍ରଭୁ କ୍ଷମା କର ହେ, ଏ ମଣିଷର ଅଜ୍ଞାନତା ପାଇଁ ତମେ କେତେ ଯନ୍ତ୍ରଣା ପାଇନଥିବ ସତରେ!
ଅଳିଆ ଗଦାରେ ମହାପ୍ରଭୁ! ଏଭଳି ଲେଖିବା ବେଳେ ହାତକୁ ବାଧୁଛି। ହେଲେ ଏଭଳି ଏକ ଅଶୋଭନୀୟ କାର୍ଯ୍ୟ ରାଜ୍ୟର ଅନ୍ୟ କେଉଁ ଜିଲ୍ଲାରେ ନୁହେଁ; ଜଗନ୍ନାଥ ଧାମ୍ ପୁରୀରେ ଘଟିଛି। ଯେଉଁ ଜଗତରନାଥଙ୍କ ପାଇଁ ଏଡ଼େ ବଡ଼ ଯାତ୍ରା, ଏତେ ନୀତି କାନ୍ତି; ସେ ପୁଣି ପଡ଼ି ରହିଛନ୍ତି ଏକ ଅପନ୍ତରିଆ ଜାଗାରେ। ଅତି ଅସହାୟ ଭାବେ!
କଥାରେ ଅଛି ‘ବାହାଘର ପରେ ବେଦି ମୁହାଁ ପୋଡ଼ା’। ହେଲେ ଏଭଳି ଏକ କଥା ଆମ କାଳିଆ ସାଆନ୍ତେଙ୍କ ପାଇଁ ପ୍ରଯୁର୍ଯ୍ୟ ହେବ ତାହା କିଏ ଭାବିଥିଲା?
ଘଟଣାଟି ଏପରି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସାଧାରଣ ଜନତାଙ୍କ ସକାଶେ ଏକ ସଂଗ୍ରହାଳୟ କରାଯାଇ ମହାପ୍ରଭୁଙ୍କର ସମସ୍ତ ବେଶ ସେଠାରେ କରାଯାଇଥିଲା। ଫଳରେ ଶ୍ରଦ୍ଧାଳୁ ସେଠାରେ ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ। ମହାପ୍ରଭୁଙ୍କର ବିଭିନ୍ନ ବେଶ ବିଷୟରେ ବି ଭକ୍ତମାନେ ଅବଗତ ହେଉଥିଲେ।
ପରବର୍ତ୍ତୀ ସମୟରେ ଯେତେବେଳେ କାର୍ଯ୍ୟକ୍ରମ ଶେଷ ହୋଇସାରିଛି; ସେହି ମୂର୍ତ୍ତିଗୁଡ଼ିକୁ ଏକ ଉତ୍ତମ ସ୍ଥାନରେ ରଖିବା ପରିବର୍ତ୍ତେ ଅଳିଆ ରହୁଥିବା ଏକ ସ୍ଥାନରେ ଅତି ଅସମ୍ମାନଜନକ ଭାବରେ ରଖାଯାଇଛି।
ଆମ ଜାତିର ମୁରବୀଙ୍କୁ ଯେଉଁଭଳି ଭାବେ ଅସହାୟ ଅବସ୍ଥାରେ ରଖାଯାଇଛି; ତାହାକୁ ଦେଖି ଲାଗୁଛି ଯେମିତି ପାପ ଚରମ ସୀମାରେ ପହଞ୍ଚିଲାଣି। ଆଉ କିଛି ଦିନ ମଧ୍ୟରେ ଯେମିତି କଳିଯୁଗର ଅନ୍ତଃ ଘଟିବ। ମହାପ୍ରଭୁ ନିଜେ ୧୨ ହାତ ଖଣ୍ଡା ଧରି ପାପନାଶନ କରିବେ।
ସବୁ ଭକ୍ତଙ୍କ ମନରେ ଏବେ ବାସ୍ ସେଇ ଗୋଟାଏ ପ୍ରଶ୍ନ। ଯେଉଁ କାଳିଆ ସାଆନ୍ତ ପାଇଁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଯେଉଁ ଭକ୍ତବତ୍ସଳ ପାଇଁ ଏତେ ସବୁ ପୂଜାବିଧି; ତାଙ୍କୁ ଏପରି ଅଦରକାରୀ ଭାବେ କିଏ ଓ କାହିଁକି ରଖିଛି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/14/new-project-2-2025-07-14-15-47-59.jpg)