୨୦୨୪ ସୁଦ୍ଧା ଲଣ୍ଡନରେ ହେବ ଜଗନ୍ନାଥଙ୍କ ମନ୍ଦିର, ଖର୍ଚ୍ଚ ହେବ ପ୍ରାୟ ୪୦ କୋଟି ଟଙ୍କା

ଲଣ୍ଡନ/ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ମହିମାରେ କୋଟି କୋଟି ଶ୍ରଦ୍ଧାଳୁ ବାନ୍ଧି ହୋଇ ରହିଥିବାବେଳେ ଓଡ଼ିଶା ତଥା ଦେଶ ବିଦେଶରେ ଭକ୍ତମାନେ ମହାପ୍ରଭୁଙ୍କର ସୁଦୃଶ୍ୟ ମନ୍ଦିର ନିର୍ମାଣ କରିଛନ୍ତି | ଆଉ ଖୁବ ଶୀଘ୍ର ବ୍ରିଟେନର ଲଣ୍ଡନରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଛି | ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ଼ କିଙ୍ଗଡମର ୪୧ ତମ ବାର୍ଷିକ ସମ୍ମିଳନୀରେ ବ୍ରିଟେନରେ ଥିବା ଓଡିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ୟୁକେ ବାବଦରେ ଘୋଷଣା କରାଯାଇଥିଲା |

ମନ୍ଦିର ନିର୍ମାଣର ଲକ୍ଷ୍ୟ, ପରିଯୋଜନା ବାବଦରେ ଆଲୋଚନା କରାଯାଇଥିଲା | ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ୟୁକେ ଉଦ୍ୟମରେ ୨୦୨୪ ସୁଦ୍ଧା ଏହି ମନ୍ଦିର ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଛି | ଏହି ମନ୍ଦିର ନିର୍ମାଣରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଥିବାବେଳେ ଲଣ୍ଡନ ଖୁବ ଶୀଘ୍ର ୟୁରୋପର ‘ଜଗନ୍ନାଥ ଧାମ’ ଭାବରେ ପରିଚିତ ହେବ।

ବ୍ରିଟେନରେ ପୂର୍ବରୁ ହିନ୍ଦୁ ଦେବତାଙ୍କ ମନ୍ଦିର ଥିବାବେଳେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଉତ୍ସର୍ଗୀକୃତ ମନ୍ଦିର ନଥିବାରୁ ଏହାକୁ ନିର୍ମାଣ ପାଇଁ ପ୍ରବାସୀ ଓଡିଆମାନେ ଅଣ୍ଟା ଭିଡିଛନ୍ତି | ଗ୍ରେଟର ଲଣ୍ଡନ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ପାଇଁ ବ୍ରିଟେନରେ ଥିବା ଓଡିଆ ଏବଂ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତ, କର୍ପୋରେଟ୍ ସଂସ୍ଥାଠାରୁ ସହାୟତା ମାଧ୍ୟମରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର