ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ

ପୁରୀ : ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ଥିବା ମହାପ୍ରଭୁଙ୍କ ଆଜି ବନକଲାଗି ନୀତି ସଂପନ୍ନ ହୋଇଛି। ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସଂପନ୍ନ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ସହ ଅନ୍ୟାନ୍ୟ ନୀତି ସଂପନ୍ନ କରିଛନ୍ତି। ଆଜି ପୂର୍ବାହ୍ଣ ୧୦ଟା ୧୦ରେ ଟେରା ପଡ଼ିବା ପରେ ୧୦ଟା ୨୦ରେ ସକାଳଧୂପ ଶେଷ ହୋଇଥିଲା। ପୂର୍ବାହ୍ଣ ୧୦ଟା ୪୦ରେ ପ୍ରସାଦ ବାହାରି ପାଣି ପଡ଼ିଥିଲା। ପରେ ୧୦ଟା ୪୫ରେ ପ୍ରଥମ ଭୋଗମଣ୍ଡପ ଉଠିଥିଲା। ୧୧ଟା ୪୦ରେ ଭୋଗମଣ୍ଡପ ଶେଷ ପରେ ୧୧ଟା ୪୫ରେ ମଇଲମ, ୧୨ଟା ୨୫ରେ ଯାତ୍ରାଙ୍ଗୀ ମହାସ୍ନାନ, ୧୨ଟା ୪୦ରେ ସର୍ବାଙ୍ଗ, ଅପରାହ୍ଣ ଗୋଟାଏ ୧୫ରେ ନୂଆଲୁଗା ଲାଗି ବେଶ ଆରମ୍ଭ ହୋଇଥିଲା। ସାଢ଼େ ଗୋଟାଏରେ ମଧ୍ୟାହ୍ନଧୂପ, ୨ଟା ୨୫ରେ ଦ୍ବିତୀୟ ଭୋଗମଣ୍ଡପ ଉଠିଥିଲା। ୨ଟା ୪୦ରୁ ୨ଟା ୫୦ ଭିତରେ ଭୋଗମଣ୍ଡପ ଶେଷ ପରେ ୩ଟା ୧୦ରେ ମଇଲମ ଶେଷ ହୋଇଥିଲା। ୩ଟା ୨୫ରେ ତଡ଼ପଲାଗି ପରେ ୩ଟା ୩୫ରେ ପହୁଡ଼ ହୋଇଥିଲା। ଅପରାହ୍ଣ ୪ଟା ୧୫ରେ ଦତ୍ତ ପ୍ରବେଶ ନୀତି ଅନୁଷ୍ଠିତ ହୋଇଥିଲା ଓ ଦତ୍ତ ମହାପାତ୍ର ସେବକମାନେ ବନକଲାଗି ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର