ମହାପ୍ରଭୁଙ୍କ ଠିଆ ପହୁଡ଼

ପୁରୀ : ଶ୍ରୀଜିଉଙ୍କ ଆଜି ଠିଆ ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ଶ୍ରୀମନ୍ଦିରରେ ଆଜି ପହୁଡ଼ ପଡ଼ିନଥିବାବେଳେ ଶ୍ରୀଜିଉଙ୍କ ମୁଖରେ କେବଳ ଖଣ୍ଡୁଆ ପାଟ ପକାଇ ଠିଆ ପହୁଡ଼ କରାଯାଇଛି। ପୁଷ୍ପାଳକ ସେବକମାନେ ଏହି ନୀତି ସଂପାଦନ କରିଛନ୍ତି। ବିଶ୍ୱାସ ରହିଛି, ବିଭିନ୍ନ ବିବାହ, ଯାତ୍ରା ଆଦିରେ ସଂପୃକ୍ତ ବ୍ୟକ୍ତିବିଶେଷ, ପରିବାର ଏହାକୁ ସୁରୁଖୁରରେ ସଂପାଦନ ପାଇଁ ବ୍ୟସ୍ତତା ଭିତରେ ରୁହନ୍ତି। ଏଥିପାଇଁ ରାତିରେ ଠିକ୍ ଭାବେ ନିଦ ହୁଏନାହିଁ। ସମାନ ଭାବେ ଏହା ମାନବଦେହୀ ମହାପ୍ରଭୁଙ୍କଠାରେ ବି ଦେଖିବାକୁ ମିଳିଛି। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ମହାପ୍ରଭୁଙ୍କୁ ଠିକ୍‌ରେ ନିଦ ହେଉନି। ଏଥିପାଇଁ ଆଜି ରାତିରେ ମହାପ୍ରଭୁ ଅନିଦ୍ରା ରହିଛନ୍ତି। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପହୁଡ଼ ପଡ଼ିନି। ତେବେ ମହାପ୍ରଭୁଙ୍କୁ ନିଦ ଲାଗୁଥିବାରୁ ପୁଷ୍ପାଳକ ସେବକମାନେ ଠିଆ ପହୁଡ଼ ନୀତି ସଂପନ୍ନ କରିଛନ୍ତି।

ସମ୍ବନ୍ଧିତ ଖବର