କିଛି ଦିନ ପରେ ହୋଇଥାନ୍ତା ବିବାହ! ସନ୍ଦେହଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ କୋଠରି ଭିତରୁ ଉଦ୍ଧାର

ଉମରକୋଟ: ସନ୍ଦେହଜନକ ଅବସ୍ଥାରେ ଅବିବାହିତ ପ୍ରେମୀଯୁଗଳଙ୍କ ମୃତଦେହ ଏକ କୋଠରି ଭିତରୁ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବାଟିବେଡ଼ା ଗାଁରେ ଏହି ଘଟଣା ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେଇ ପାରୁନାହିଁ।

ମିଳିଥିବା ସୂଚନା ଅନୁସାରେ ବାଟିବେଡ। ଗ୍ରାମର ମାଳିସାହିର ୨୨ ବର୍ଷୀୟ ସନପତ ମାଳି ସିର୍ଲିଗୁଡା ଗାଁର ଜୟ ମାଳିଙ୍କୁ ଦୀର୍ଘ ଦିନ ଧରି ଭଲ ପାଇ ଆସୁଥିଲେ। ସେମାନଙ୍କର ବାହା ଘର ମଧ୍ୟ ଠିକ ହେଇଥିଲା। ତେବେ ମାଳି ଜାତିରେ ମ।ହ।ଲା ପରମ୍ପରା ଅନୁଯାୟୀ ବିବାହ ପୂର୍ବରୁ ପୁଅ ଯାଇ ଝିଅ ଘରେ ରହିପାରିବ ଓ ଝିଅ ମଧ୍ୟ ଆସି ପୁଅ ଘରେ ରହିପାରିବ। କହିବାକୁ ଗଲେ ଉଭୟ ଯୁବକ-ଯୁବତୀ ଲିଭ୍ ଇନ୍ ରିଲେସନରେ ୪ ମାସ ହେଲା ରହି ଆସୁଥିଲେ। କିଛି ଗ୍ରାମବାସୀଙ୍କ କହିବା ହେଲା ଗତକାଲି ଜୟଙ୍କ ଭାଇ ବାଟିବେଡ। ଆସି ଝିଅକୁ ନେଇଯିବା ପାଇଁ ଜିଦ ଧରିଥିଲେ। ଏହାକୁ ନେଇ ସନପତ ଓ ଜୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା। ଏପରି କି ଝିଅକୁ ତା ଘରକୁ ଯିବା ପାଇଁ ଛାଡ଼ି ନ ଥିଲେ।

ତେବେ ସନପତଙ୍କ ଘରେ ଗତକାଲି ରାତିରେ ଖାଇସାରିବା ପରେ ଦୁଇଜଣ ଶୋଇବା ପାଇଁ ଯାଇଥିଲେ। ପ୍ରେମିକାର ଶରୀରରେ ଆଘାତ ଲାଗିଥିବା ମୃତଦେହରୁ ଜଣାପଡ଼ିଛି। ସନପତଙ୍କ ମୃତଦେହ କୋଠରି ଭିତରେ ଥିବା ଫେନ ହୁକ୍‌ରୁ ଉଦ୍ଧାର ହୋଇଛି। ତେବେ ଦୁହେଁ ସକାଳେ ଉଠିବାର ବିଳମ୍ବ ହେବା ଦେଖି ପରିବାର ଲୋକେ କବାଟ ବାଡେଇଥିଲେ। କବାଟ ନ ଖୋଲିବାରୁ ଝରକା ଭାଙ୍ଗି ସବୁ ଦେଖିବା ପରେ କବାଟକୁ ଭାଙ୍ଗିଛନ୍ତି। କବାଟ ଖୋଲିବା ବେଳକୁ ଝିଅ ତଳେ ମୃତ ଅଵସ୍ଥାରେ ପଡ଼ିରହି ଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ ସନପତ ଝୁଲନ୍ତା ଅବସ୍ଥାରେ ଥିଲେ।

ଖବର ପାଇଁ ଉମରକୋଟ ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ, ଏଏସ୍‌ଆଇ ଶରତ ଚନ୍ଦ୍ର କୁଟ୍ରକା ଘଟଣାସ୍ଥଳରେ ପହଞ୍ଚିଥିଲେ। ତହସିଲଦାର ଏନ୍ ଜଗତ ଜୀବନ ଚୌଧୁରୀଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରିବା ପରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉଭୟ ପୁଅ ଓ ଝିଅଙ୍କ ପରିବାର ପକ୍ଷରୁ କାହା ବିରୁଦ୍ଧରେ କିଛି ଅଭିଯୋଗ ହେଇ ନ ଥିବା ପୁଲିସ କହିଛି। ବିଭିନ୍ନ ପାରିପାର୍ଶ୍ବିକ ଘଟଣାକୁ କେନ୍ଦ୍ର କରି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଘଟଣାର ତଦନ୍ତକାରୀ ଅଧିକାରୀ ଶରତ ଚଂଦ୍ର କୁଟ୍ରକା। ଉଭୟ ପକ୍ଷରୁ ହୋଇଥିବା ଏତଲା କ୍ରମେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର