ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ସିଂରାଜକୋଣ୍ଡା ଗ୍ରାମରେ ବିଷ ପିଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗ୍ରାମର ମନ ମାଡକାମୀ ଜଣେ ବିବାହିତ ପୁରୁଷ। କିନ୍ତୁ ସେ ସେହି ଗ୍ରାମର ଲାକମେ ପଡ଼ିଆମୀ(ଛଦ୍ମ ନାମ)ଙ୍କ ପ୍ରେମରେ ପଡ଼ିଥିଲେ। ଦୁହିଁଙ୍କ ପ୍ରେମ ଖବର ଚାରିଆଡେ ପ୍ରଚାର ହୋଇଯାଇଥିଲା। ତେବେ ସମାଜ ଏହି ପ୍ରେମକୁ ଗ୍ରହଣ କରୁନଥିଲା। ଦୁହେଁ ଆଉ ସାଥିରେ ଜୀବନ କଟାଇପାରିବେ ନାହିଁ ବୋଲି ହୃଦୟଙ୍ଗମ କରିଥିଲେ। ତେଣୁ ଗତକାଲି ରାତିରେ ଗ୍ରାମରେ ଥିବା ଏକ ଲାଡି(କୁଡ଼ିଆ ଘର) ଠାରେ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଗ୍ରାମବାସୀ ଲାଡ଼ିରେ ଦୁହିଁଙ୍କ ଶବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର