ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଂଚଳରେ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମୀଯୁଗଳ ହେଲେ ବରିହାପାଲି ପଞ୍ଚାୟତ ଗଞ୍ଜାଗୁଡ଼ା ଗାଁର ସୁନୀଲ ବାଗ (୧୮) ଓ ବିନ୍ଦୁ ଦୀପ (୧୫)। ଉଭୟେ ବେକରେ ଦଉଡ଼ି ଦେଇ ଝାଞ୍ଜପାହାଡ଼ର ଏକ ଗଛରେ ଝୁଲୁଥିବା ଦେଖି ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପଦ୍ମପୁର ଥାନା କେସ୍ ନଂ ୧୭ରେ ଏକ ମାମଲା ରୁଜୁ ହୋଇ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପୁଲିସ୍ ମୃତକଙ୍କ ପରିବାରବର୍ଗ ଏବଂ ପାଖ ପଡ଼ୋଶୀଙ୍କୁ ପଚରାଉଚରା ଜାରି ରଖିଛି।
ଝାଞ୍ଜପାହାଡ଼ରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2020/08/suicide-hanging-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)