ଭୁବନେଶ୍ବର : ଜାରି ରହିଛି ତାଲାବନ୍ଦ କଟକଣା। ଘରୁ କେହି ବାହାରି ପାରୁନାହାନ୍ତି। ଏଭଳି ଏକ ପରିସ୍ଥିତିରେ ପୋଲ ତଳେ ବସି ପ୍ରେମାଳାପ କରୁଥିବା ବେଳେ ଦୁଇ ଯୋଡ଼ା ପ୍ରେମୀଯୁଗଳଙ୍କୁ ଧରିଛି ସହିଦନଗର ଥାନା ପୁଲିସ। ମାସ୍କ ନାହିଁ କିମ୍ବା ସାମାଜିକ ଦୂରତ୍ବ ନାହିଁ। ପାଖାପାଖି ବସି ନିଜ ନିଜ ଭିତରେ ହଜି ଯାଇଥିବା ବେଳେ ଦୁଇଜଣ ଯୁବତୀ ଓ ଦୁଇଜଣ ଯୁବକ ପିସିଆର ଭ୍ୟାନ୍ ହାବୁଡରେ ପଡ଼ି ଯାଇଛନ୍ତି। ଉଭୟ ଯୁବତୀ ସାବାଳିକା ହୋଇଥିବାରୁ ପିଆର ବଣ୍ଡ ବଳରେ ସେମାନଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଯୁବକଦ୍ବୟ କେଦାରପଲ୍ଲୀ ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଯୁବତୀଦ୍ବୟ ବାଲିଅନ୍ତା ଥାନା ଅଞ୍ଚଳର ବୋଲି ପୁଲିସ କହିଛି।
/sambad/media/post_attachments/wp-content/uploads/2020/04/love-1.jpg)
ସୂଚନା ମୁତାବକ, ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ଟଙ୍କପାଣି ରୋଡ୍ରେ ଥିବା ଏକ ପୋଲ କଡ଼ରେ ୪ଜଣ ଯୁବକ ଯୁବତୀ ଦୀର୍ଘ ସମୟ ଧରି ବସିଥିବା ନେଇ ପୁଲିସ ପାଖକୁ ଖବର ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଧରିଥିଲା।
ତେବେ ତାଲାବନ୍ଦ ଚାଲିଥିବା ବେଳେ ବାଲିଅନ୍ତାରୁ ଟଙ୍କପାଣି ପୋଲ ପର୍ଯ୍ୟନ୍ତ ଆସିବା ବେଳେ ସେମାନେ କିପରି କାହାରି ନଜରରେ ଆସିଲେ ନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ତେବେ ଧରାପଡ଼ିବା ପରେ ପୁଲିସ ଯୁବତୀଦ୍ବୟଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଯୁବକଦ୍ବୟ ଅଟକ ଅଛନ୍ତି ବୋଲି ସହିଦନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Police-Caught-Lover-Arrests_Thumbnail.jpg)