ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଂଗୁରି-ଦେଚୁଆଁ ପାହାଡ଼ ମଝିରେ ଥିବା ମାତାବନ୍ଧ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକମାନେ ହେଲେ ପାଣ୍ଡବ ବାଗ(୪୫) ଏବଂ ସୁବାସିନୀ ମେହେର। ପାଣ୍ଡବ ପୂର୍ବରୁ ବିବାହିତ। ସେ ଡୁଂଗୁରିସ୍ଥିତ ଚୂନପଥର ଖଣିରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ। ଅନ୍ୟପକ୍ଷରେ ସୁବାସିନୀଙ୍କ ସ୍ବାମୀଙ୍କ ଦୀର୍ଘ ଦିନ ହେଲା ପରଲୋକ ଘଟିଛି। ତେବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ତିନି ଦିନ ହେଲା ସେମାନେ ଘରୁ ପଳାଇଥିବା ଗ୍ରାମବାସୀ କହିଛନ୍ତି। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି।
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/08/suicide-hanging-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)