ସମ୍ବଲପୁର : ସମ୍ବଲପୁର ପୁଲିସ୍ ସାମ୍ନାକୁ ଆସିଛି ଏବେ ଲଭ୍ ଜେହାଦ୍ ଭଳି ଏକ ଲୋମହର୍ଷଣକାରୀ ମାମଲା। ଜଣେ କଲେଜ ଛାତ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ପରେ ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସିଦ୍ଧାର୍ଥ ସାହା(ସିଦ୍ଧୁ)ଙ୍କ ଫାର୍ମ ହାଉସ୍ରେ ଦୁଷ୍କର୍ମ କରାଯିବା, ପରବର୍ତ୍ତୀ ସମୟରେ ନିର୍ଯାତନା, ହତ୍ୟା ଧମକ୍ ଭଳି ଛାତି ଥରାଇବା ଭଳି ଘଟଣା। ଏହି ମାମଲାରେ ସମ୍ବଲପୁର ପୁଲିସ ସିଦ୍ଧୁ ସାହାଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ତେବେ, ସମଗ୍ର ପ୍ରକରଣରେ ସମ୍ବଲପୁର ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ଏକ କଲେଜରେ ସେ ପଢ଼ୁଥିବା ସମୟରେ ମୁସ୍ଲିମ୍ ସଂପ୍ରଦାୟର ଜଣେ ସହପାଠିନୀ ଥିଲେ। ସମ୍ବଲପୁର ସହରରେ ରହୁଥିବା ସେହି ଝିଅ ପୀଡ଼ିତାଙ୍କୁ ବିଭିନ୍ନ ସମୟରେ ତାଙ୍କ ଘରକୁ ଡାକୁଥିଲେ। ସେ ବି ଯାଉଥିଲେ। ଥରେ ଇଦ୍ ସମୟରେ ସହପାଠିନୀଙ୍କ ଘରେ ସମ୍ବଲପୁର ଦଲେଇପଡ଼ାର ଯୁବକ ଗାଜି ଓ ରାଜା ସହିତ ତାଙ୍କ ଦେଖାହୋଇଥିଲା। ପରିଚୟ ପରେ ଗାଜି ସହିତ ହୋଇଥିଲା ଫେସ୍ବୁକ୍ରେ ବନ୍ଧୁତା। ଫୋନ୍ ନମ୍ବର ମାଗିବା ପରେ ପୀଡ଼ତା ତାଙ୍କ ସହପାଠିନୀଙ୍କୁ ଗାଜି ସଂପର୍କରେ ପଚାରି ଥିଲେ। ସହପାଠିନୀ ଜଣକ ଗାଜିକୁ ‘ଭଲ ପିଲା’ ବୋଲି କହିବା ସହିତ ତାଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରବର୍ତ୍ତାଇ ଥିଲେ। ପୀଡ଼ିତାଙ୍କ ଜନ୍ମଦିନ ଅବସରରେ ଗାଜି ତାଙ୍କୁ ସମ୍ବଲପୁର ରିଂରୋଡ଼କୁ ଆସିବା ପାଇଁ ବାଧ୍ୟ କରିଥିଲା। ଜନ୍ମଦିନ ପାଳନ ସମୟରେ ଗାଜିର ସାଙ୍ଗ ଇର୍ଫାନ୍ ଖାନ୍ ପାଣିରେ ନିଶାଦ୍ରବ୍ୟ ମିଶାଇ ପିଆଇ ଦେଇଥିଲା। ପାଣି ପିଇବା ପରେ ସେ ଦୁର୍ବଳ ଅନୁଭବ କରିଥିଲେ। ଆଉ ଏହାପରେ ତାଙ୍କୁ ସଦର ଥାନା ପାଖ ସିଦ୍ଧୁ ସାହାଙ୍କ ଫାର୍ମହାଉସ୍କୁ ନେଇ ଗାଜି ସେଠାରେ ଦୁଷ୍କର୍ମ କରିଥିଲା। ଚେତା ଫେରିବା ପରେ ସେ ପ୍ରତିବାଦ କରିବାରୁ ଗାଜି ବାହା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସେହି ସମୟରେ ଉତ୍ତୋଳନ କରାଯାଇଥିବା ଫଟୋ ଦେଖାଇ ବ୍ଲାକ୍ ମେଲିଂ କରି ବାରମ୍ବାର ତାଙ୍କୁ ସହିତ ଦୁଷ୍କର୍ମ କରିଥିଲା। ଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲେ। ହେଲେ ଗାଜି ବିବାହ କରିବାକୁ ଅମଂଗ ହୋଇଥିଲା। ଏଭଳି ସ୍ଥିତିରେ ସେ ସହାୟତା ପାଇଁ ସିଦ୍ଧୁ ସାହାଙ୍କ ପାଖକୁ ଯାଇଥିଲେ। ମାତ୍ର ସିଦ୍ଧୁ ଶାରୀରିକ ସଂପର୍କ ରଖିଲେ ସହାୟତା କରିବେ ବୋଲି ଇସାରା କରିବାରୁ ପୀଡ଼ିତା ସେଠାରୁ ଚାଲି ଆସିଥିଲେ ବୋଲି ଅଭିଯୋଗ କରିଥିଲେ।
ତେବେ, ଗାଜି ଓ ସିଦ୍ଧୁ ବିଷୟରେ ଅଭିଯୋଗ କରିବାକୁ ଯିବାରୁ ସମ୍ବଲପୁର ଟାଉନ ଥାନା ପୁଲିସ, ସଖୀ ସେଣ୍ଟର କିମ୍ବା ମହିଳା ପୁଲିସ କେହି ଶୁଣିନଥିଲେ। ତେବେ, ଅଭିଯୋଗପତ୍ର ମିଳିବା ପରେ ଜିଲ୍ଲାପାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ମାର୍ଚ୍ଚ ମାସରେ ସମ୍ବଲପୁର ଏସ୍ପିଙ୍କ ପାଖକୁ ପଠେଇଥିଲେ। ଏସ୍ପିଙ୍କ ନିର୍ଦେଶ ପରପରେ ସମ୍ବଲପୁର ଟାଉନ ଥାନା ପୁଲିସ ଏପ୍ରିଲ ମାସରେ ସିଦ୍ଧୁ ସାହାଙ୍କ ସହିତ ଇର୍ଫାନ ଖାନା, ଗାଜି, ରାଜା ଏବଂ ପୀଡ଼ିତାଙ୍କ ଶାଶୂଙ୍କ ବିରୋଧରେ ବାଧ୍ୟ ହୋଇ ମାମଲା ରୁଜୁ କରଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/town-ps-sambalpur.jpg)