ଲଭ, ସେକ୍ସ-ଧୋକା, ଜୟପୁରରେ ଯୁବକ ଗିରଫ

ଜୟପୁର: ମହଙ୍ଗା ପଡିିଲା ଲକଡାଉନ୍‌ ପ୍ରେମ। ବନ୍ଦୀ ହୋଇ ଜେଲ୍‌ ଯାଇଛନ୍ତି ଜଣେ ପ୍ରେମିକ। ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି କୋରାପୁଟ ଜିଲ୍ଲା ଜୟପୁର ମହିଳା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକର ନାମ ହେଲା ଆକାଶ ବେନିଆ (୨୫)। କାଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଆକାଶର ଘର। ମିହଳା ପୁଲିସ ୬୪/୨୦ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ମହିଳା ଥାନା ଏସ୍‌ଆଇ ମୀନାକ୍ଷୀ ଦଳବେହେରା ଏହାର ତଦନ୍ତାକାରୀ ଅଫିସର ରହିଛନ୍ତି।

ମିଳିଥିବା ସୂଚନା ମୁତାବକ ଲକଡାଉନ ସମୟରେ ଏକ ଘରୋଇ ଫାଇନ୍‌ସାସ କମ୍ପାନିର କାମ କରୁଥିବା ଆକାଶ ସଦର ଅଞ୍ଚଳରେ ଟଙ୍କା କଲେକସନରେ ଯାଆନ୍ତି। ଏହି ସମୟରେ ଆକାଶ ରୂପବତୀ(ଛଦ୍ମନାମ)ଙ୍କୁ ପ୍ରେମ କରିବସିଥିଲେ। ଏହାପରେ ଉଭୟ ଜୟପୁର ସହରରେ ରହୁଥିବାବେଳେ ଯୁବତୀ ଜଣକ ଏକ ହୋଟେଲରେ ପରିଚାରିକା ଭାବେ କାମ କରୁଥିଲେ। ପ୍ରଥମେ ଫୋନରେ କଥା ବାର୍ତ୍ତା। ପରେ ବୁଲାବୁଲି ସହ ଶାରୀରିକ ସମ୍ପର୍କ। ଏବେ ବାହା ହେବାକୁ ଯୁବତୀ କହୁଥିବାବେଳେ ଧୋକା ଦେଲା ଦଗାବାଜ ପ୍ରେମିକ। ନିରୁପାୟ ହୋଇ ଯୁବତୀ ଜଣକ ଥାନାରେ ଦ୍ଵାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଜୟପାଟଣାରୁ ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଡାକ୍ତରୀମାଇନା କରି କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର