ପ୍ରେମ, ସେକ୍ସ ଆଉ ଧୋକ୍କା: ଥାନାର ଦ୍ବାରସ୍ଥ ହେଲେ ପୀଡିତା, ପତ୍ନୀର ମାନ୍ୟତା ପାଇଁ କଲେ ଦାବି  

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନାରେ ପ୍ରେମ, ସେକ୍ସ ଏବଂ ଧୋକ୍କା ନେଇ ଏକ ଏତଲା ଦାୟର କରାଯାଇଛି। ଏତଲା ଦାୟର କରିଛନ୍ତି ଏମଭି-୭୨ ଗ୍ରାମର ଜଣେ ଯୁବତୀ। ଯୁବତୀ ଜଣକ ନିଜର ରୋଗୀଣା ବାପା ମା’ଙ୍କୁ ନେଇ ଏମଭି-୭୨ ଗ୍ରାମରେ ରହୁଛନ୍ତି। ତାଙ୍କର ଗୋଟିଏ କିଡ୍‌ନି ନଥିବା ବେଳେ ମା’ ମଧ୍ୟ କିଡନି ରୋଗରେ ପୀଡିତ।

ତେବେ ଯୁବତୀଙ୍କ ସହ ଏମଭି-୭୯ ଗ୍ରାମର ସଂଜୀବ ପାଲଙ୍କ ସହ ଦେଖାହୁଏ। ସଂଜୀବ ଯୁବତୀକୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା। ତାର ଗୋଟିଏ କିଡ୍‌ନି ନଥିବା କହି ତାକୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲା। ଦୁହେଁ ପ୍ରେମରେ ପଡିଥିଲେ। ସଂଜୀବ ବିବାହିତ ଥିଲେ ମଧ୍ୟ ଯୁବତୀଙ୍କ ପ୍ରେମରେ ପଡିଥିଲା। କାରଣ ତାକୁ ସ୍ତ୍ରୀର ମର୍ଯ୍ୟାଦା ସଂଜୀବ ଦେବାକୁ ଚାହୁଁଥିଲା। ତାକୁ ସବୁ ସୁଖ ଦେବାକୁ ଚାହୁଁଥିଲା। ତେବେ ତାର ପ୍ରତିବଦଳରେ ସେ ତାର ଶରୀରକୁ ଚାହୁଁଥିଲା। ଦୀର୍ଘ ତିନି ବର୍ଷଧରି ଶାରିରୀକ ସଂପର୍କ ରଖିବା ପରେ ତାକୁ ଆଉ ବିବାହ କରିବାକୁ ଚାହିଁଲା ନାହିଁ।

ପୀଡିତା ସଂଜୀବର ଘରେ ଯାଇ ଧାରଣା ଦେବା ପରେ ପରିବାର ଲୋକେ ମିଶି ତାକୁ ମାରଧର କରିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଗର୍ଭବତୀ ଥିଲେ। ତୁ ମରିଯିବୁ କହି ସଂଜୀବ ତାର ଗର୍ଭପାତ କରାଇଥିଲା। ପୁଣି ତାକୁ ମାଲକାନଗିରିରେ ରଖି ସମସ୍ତ ସୁବିଧା ଦେବ ବୋଲି କହି ମାଲକାନଗିରିରେ ରଖିଲା। କିନ୍ତୁ ପୀଡିତାକୁ ଆଉ ପଚାରିଲା ନାହିଁ। ଏହାପରେ ପୀଡିତା ଯେତେ ଥର ସଂଜୀବକୁ ଫୋନ ଯୋଗେ ହେଉ ବା ଘରେ ଯାଇ ଦେଖା କରିବାକୁ ଚାହିଁଲେ ସେ ଦେଖା କରିଲା ନାହିଁ। ସଂଜୀବର ଘର ଆଗରେ ପୁଣି ଧାରଣା ଦେଇଥିଲେ। ତେବେ ସେ ଜଣେ ରାଜନେତାର ପୁତୁରା ହୋଇଥିବାରୁ ତାକୁ କେହି ଛୁଇଁପାରିବେ ନାହିଁ ବୋଲି ସେ ଯୁକ୍ତି ବାଢୁଥିଲା। ପୀଡିତା ଏବେ ନ୍ୟାୟ ପାଇଁ ଏମଭି-୭୯ ଥାନାର ଦ୍ବାରସ୍ଥ ହୋଇଛି। ମୁଁ ଏବେ ଅସହାୟ ବୋଲି କହିବା ସହ ମୋର ବାପା ଓ ମାଆ ଏସବୁ କଥା ଜାଣିବା ପରେ ସେମାନେ ମଧ୍ୟ ଚିନ୍ତାରେ ପଡିଥିବା ପୀଡିତା କହନ୍ତି। ତେଣୁ ମୋତେ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏମଭି-୭୯ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସଂଜୀବ ଫେରାର ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର