ବାହାନଗାରେ ଲଭ, ସେକ୍ସ, ଧୋକା! ପ୍ରେମିକ ଘରେ ଧକ୍କା ଖାଇ ହଟହଟା ହେଲେ 

ବାହାନଗା-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ କରଞ୍ଜାବିନ୍ଧା ଗ୍ରାମରେ ଲଭ, ସେକ୍ସ, ଧୋକା କାହାଣୀର ପୁନରାବୃତ୍ତି ହୋଇଥିବାର ଦେଖାଯାଇଛି।

ପ୍ରେମିକ ପ୍ରେମିକାକୁ ବାହା ହେବାକୁ ମନା କରିବା ପରେ ପ୍ରେମିକା ନିଜ ହକ ପାଇଁ ପ୍ରେମିକ ଘରେ ପହଞ୍ଚି ଥିଲେ ବି ନିରାଶ ହେବାକୁ ପଡିଛି। ପ୍ରେମିକ ଫେରାର ଥିବାବେଳେ ଘରଲୋକେ ପ୍ରେମିକାକୁ ଧକ୍କା ମାରି ଘରୁ ବାହାର କରିଦେବା ପରେ ଗ୍ରାମବାସୀଙ୍କ ଦ୍ଵାରା ଯୁବତୀ ଉଦ୍ଧାର ହୋଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବର ଅନୁସାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତ ବେଡାପଡା ଗ୍ରାମର ନାରାୟଣ ସାହୁଙ୍କ ଝିଅ ରୂପାଲି(ଛଦ୍ମନାମ) ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମର ସନ୍ତୋଷ ଦାସଙ୍କ ପୁଅ ଅନନ୍ତ କିଶୋରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଦୁଇ ଜଣ ଯାକ ଅନୁଗୁଳ ଠାରେ ହୋଟେଲରେ ଚାକିରୀ କରୁଥିଲେ। ଦୁଇ ଜଣ ଉଚ୍ଚଶିକ୍ଷିତ ଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଉଭୟ ସ୍ୱାମୀ ସ୍ତ୍ରୀ ଭାବେ ଅନୁଗୁଳର ରହୁଥିଲେ। କିନ୍ତୁ କୌଣସି କାରଣରୁ ବିବାହ ପାଇଁ ପ୍ରେମିକ ଅନନ୍ତ କିଶୋର ରୂପାଲିଙ୍କୁ ମନା କରିଥିଲେ। ଫଳରେ ନ୍ୟାୟ ପାଇଁ ରୂପାଲି ଗତକାଲି ରାତିରେ ଅନୁଗୁଳରୁ ଆସି ପ୍ରେମିକଙ୍କ କରଞ୍ଜାବିନ୍ଧା ଘରେ ପହଞ୍ଚିଥିଲେ।

ହେଲେ ପ୍ରେମିକ ଅନନ୍ତ କିଶୋର ଘରେ ନଥିବା ବେଳେ ପ୍ରେମିକଙ୍କ ବାପା ଓ ଭାଇ ତାଙ୍କୁ ଧକ୍କା ମାରି ଘରୁ ବାହାର କରିଦେଇଥିଲେ। ଘରଲୋକଙ୍କ ଧକ୍କାରେ ରୂପାଲି ତଳେ ପଡିଥିବାବେଳେ ଘରଲୋକେ କବାଟ କିଳି ଦେଇଥିଲେ। ରୂପାଲି ପ୍ରେମିକଙ୍କ ଘରୁ ନିରାଶ ହୋଇ ଫେରି ରାସ୍ତାରେ କାନ୍ଦୁଥିବା ବେଳେ ଜଣେ ଗ୍ରାମବାସୀ ତାଙ୍କୁ ରାତିରେ ଘରେ ଆଶ୍ରା ଦେଇଥିଲେ।

ଆଜି ଅପରାହ୍ନ ୩ଟାରେ ରୂପାଲି ଗୋପାଳପୁର ଫାଣ୍ଡିକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ ବି ଫାଣ୍ଡି ଅଧିକାରୀ ନଥିବାରୁ କର୍ମଚାରୀ ତାଙ୍କୁ ଖନ୍ତାପଡା ଥାନାକୁ ଯିବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର