ପରକୀୟା ପ୍ରୀତିର କରୁଣ ପରିଣତି: ଧରମଭାଇକୁ କୁରାଢ଼ିରେ ଛେଚି ହତ୍ୟା

ଜଳେଶ୍ବର/ଓଲମରା: ପରକୀୟା ପ୍ରୀତିର କରୁଣ ପରିଣତି। ପତ୍ନୀଙ୍କ ଧରମଭାଇକୁ କୁରାଢ଼ିରେ ଛେଚି ଛେଚି ହତ୍ୟା କଲା ସ୍ବାମୀ। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଦୁଧିଆଖାଳି ଗାଁରେ ଅଘଟଣ ଘଟିଛି। ଆଜି ସକାଳୁ ସକାଳୁ ଅଭିଯୁକ୍ତର ଆତ୍ମସମର୍ପଣ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଭିଯୁକ୍ତ ବିଶ୍ବମ୍ବର ବେରାକୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ବିଶ୍ବମ୍ବର ଓ ତାଙ୍କ ଝିଅ ଗୋଟିଏ ଘରେ ଶୋଇଥିବା ବେଳେ ତାଙ୍କ ପତ୍ନୀ ମୋନିକା ଅନ୍ୟ ଏକ ଘରେ ଶୋଇଥିଲେ। ଆଜି ଭୋର୍‌ରୁ ବିଶ୍ବମ୍ବର ମୋନିକାଙ୍କୁ ଉଠାଇବାକୁ ଯାଇଥିବା ବେଳେ ତାଙ୍କ ସେଠାରେ ପତ୍ନୀଙ୍କ ଧରମ ଭାଇ ତଥା ସ୍ଥାନୀୟ ମାକଡିଆ ଗାଁର ସୁରେଶ ଦାସଙ୍କ ପୁଅ ପ୍ରଶାନ୍ତଙ୍କୁ ଦେଖିବାକୁ ପାଇଥିଲେ। କିଛି ସମୟ ପାଇଁ ବାହାରକୁ ଯାଇ ପୁଣି ଫେରିଥିଲା ବିଶ୍ବମ୍ବର। ପ୍ରଶାନ୍ତଙ୍କୁ କୁରାଢ଼ିରେ ଛେଚି ଛେଚି ହତ୍ୟା କରିଥିଲା। ହତ୍ୟା କରିବା ପରେ ରାଇବଣିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା। ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ରାଇବଣିଆ ପୁଲିସ ଓ ବାଲେଶ୍ବରରୁ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର