ପୁରୀ: ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ୫ ବର୍ଷ ପାଖରେ ରଖି ଦୁଷ୍କର୍ମ କରିଥିବା ପ୍ରେମିକକୁ ଆଜି ପୁଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ପ୍ରେମିକାଙ୍କ ଅଭିଯୋଗକୁ ଭିତ୍ତି କିର ପୁଲିସ ୧୦୪/୨୩ ନମ୍ବରରେ ଏକ ମାମଲା ରୁଜୁ କରି ପ୍ରେମିକ ଟାଉନ ଥାନା ଅନ୍ତର୍ଗତ ମାର୍କେଟ ଛକ ମାଛ ଗଳିରେ ରହୁଥିବା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଲିଆପଟାର ତାପସ ମହାନ୍ତି(୨୯)କୁ ଗିରଫ ପରେ କୋର୍ଟଚାଲାଣ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଟାଉନ ଥାନା ଅନ୍ତର୍ଗତ ମାର୍କେଟ ଛକ ମାଛ ଗଳିରେ ରହୁଥିବା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଲିଆପଟାର ତାପସ ମହାନ୍ତି(୨୯) ପ୍ରେମ ସମ୍ପର୍କ ରଖିଥିଲା। ଏପରିକି ତପସ ଯୁବତୀଙ୍କୁ ବିବାହ କରିବ ବୋଲଇ ପ୍ରତିଶ୍ରୁତି ଦେଇ ପୁରୀ ମାର୍କେଟ ଛକ ନିକଟରେ ଗତ ୫ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। କିନ୍ତୁ ବିବାହ କରିବାକୁ ପ୍ରେମିକା ଜଣକ ବାରମ୍ବାର କହିବାରୁ ତାପସ ମନା କରିଦେଇଥିଲା। ତେଣୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ନେଇ ତାସପ ବିରୋଧରେ ପ୍ରେମିକା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ୧୦୪/୨୩ ନମ୍ବରରେ ଏକ ମାମଲା ରୁଜୁ କରି ତାପସକୁ ଗିରଫ ପରେ ଆଜି କୋର୍ଟଚାଲାଣ କରିଛି।