ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବୋଡ଼େନ ନିକଟ ଇନ୍ଦ୍ରାବତୀ ବାମ କେନାଲ୍ ହୁଡ଼ା ପାର୍ଶ୍ଵରୁ କିଛି ଦିନ ତଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି।
ବଡ଼ଘୁମର ଗାଁର ଯୁବକ ନୀଳନିଧି ସୁନାନି (୨୮ ବର୍ଷ) ଙ୍କୁ ଗତ ୪ ତାରିଖରେ ଗଳାକାଟି ହତ୍ୟା କରାଯାଇଥିବା ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଧର୍ମଗଡ଼ ଉପଖଣ୍ଡ ପୁଲିସ୍ ତଦନ୍ତ ଆରମ୍ଭ ସେହି ଗାଁର ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖିଥିଲା। ସମ୍ପୃକ୍ତ ମହିଳା ଜଣକ ମୃତ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଏହାସହ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଛୁରିରେ ଯୁବକଙ୍କ ବେକ କାଟିବା ସହ ପଥରରେ ତାଙ୍କର ମୁଣ୍ଡକୁ ଛେଚି ହତ୍ୟା କରିଥିବା ପୁଲିସ ନିକଟରେ ମହିଳା ଜଣକ ସ୍ବୀକାର କରିଥିଲେ। ଧର୍ମଗଡ଼ ପୁଲିସ୍ ଉକ୍ତ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ଗୋଟିଏ ଛୁରି, ୨ଟି ମୋବାଇଲ୍ ଫୋନ୍ ଓ ପଥର ଜବତ ହୋଇଛି। ଏହାବାଦ୍ ପ୍ରାୟ ୧୫ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kalahandi.jpg)