ପ୍ରେମରେ ବିଫଳ ଯୁବକର ଉନ୍ମତ୍ତ କାଣ୍ଡ : ବିବାହିତା ପ୍ରେମିକାକୁ ଲଣ୍ତା କରି ଗାଁ ଦାଣ୍ଡରେ ବୁଲାଇଲା

ନୀଳଗିରି : ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର ଜଣେ ଯୁବକ ପ୍ରେମରେ ବିଫଳ ହୋଇ ଉନ୍ମତ୍ତ କାଣ୍ଡ ଘଟାଇଛି। ସେ ତା’ର ପୂର୍ବତନ ପ୍ରେମିକାଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇବା‌ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ସାନ କାଳିଆପଦା ଗ୍ରାମର ଭାଟୁଲ ସିଂ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ତେବେ ପରେ ଉକ୍ତ ଯୁବତୀ ସେହି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ। ଗତ ୨୧ ତାରିଖ ଦିନ ବିବ‌ାହିିତା ଯୁବତୀ ଜଣକ ତାଙ୍କ ଭଉଣୀ ଘର ରେମୁଣାକୁ ଯାଉଥିବା ବେଳେ ଭାଟୁଲ ତାଙ୍କୁ ବାଟରେ ଅଟକାଇ ନିଜ ଶ୍ବଶୁର ଘରକୁ ନେଇ ରାତିରେ ରଖିଥିଲା। ତା’ ପରଦିନ ଯୁବତୀ ଜଣକ ଯେତେବେଳେ ନିଜ ଭଉଣୀ ଘରକୁ ଯିବାପାଇଁ ବାହାରିଲେ ଭାଟୁଲୁ ତାଙ୍କୁ ଛାଡ଼ି ନଥିଲା। ବରଂ ଶଳା ଡୁଗୁରା ସିଂ, କାର୍ତ୍ତିକ ସିଂ, ଶରତ ସିଂ, ସର୍ବେଶ୍ବର ମହାନ୍ତି, ଅଞ୍ଜନ ସିଂ, ସାନଡୁଗୁରା ସିଂଙ୍କୁ ଡାକି ସଂଘବଦ୍ଧ ହୋଇ ମହିଳାଙ୍କୁ ମାଡ଼ ମାରିଥିଲା। ସେମାନେ ତାଙ୍କ ଶଙ୍ଖା ଭାଙ୍ଗି ସିନ୍ଦୂର ପୋଛିବା ସହ ମଙ୍ଗଳସୂତ୍ରକୁ ଛିଡ଼ାଇ ଦେଇଥିଲେ। ଏତିକିରେ ସେମାନଙ୍କର ରାଗ ଶାନ୍ତି ହୋଇ ନଥିଲା। ଶେଷର ମହିଳାଙ୍କୁ ଗାଁ ଦାଣ୍ତରେ ଜୋରଜବରଦସ୍ତ ଲଣ୍ତା କରି ବୁଲାଇଥିଲେ। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ୧୯୬/୧୯ ନମ୍ବରର ଏକ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ଶରତ ଧଳ ସଦଳେବଳେ ଗାଁରେ ପହଞ୍ଚି ୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର