ପ୍ରେମିକା ସହ ଅନ୍ୟ ପୁରୁଷ କଥା ହେଉଥିବାକୁ ସହି ପାରିଲାନି ପ୍ରେମିକ, ଗୁଳି କରି ହତ୍ୟା ପରେ ଜାଳିଦେଲା

୬ଟି ଜୀବନ୍ତ ଗୁଳି ସହ ପିସ୍ତଲ ଜବତ

କଂଟାବାଞ୍ଜି: ଗତମାସ ୨୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ତୁରେକେଲା କଲେଜ ନିକଟ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ କହିଛି ଯେ, ତ୍ରିକୋଣୀୟ ପ୍ରେମ କାରଣରୁ ଯୁବତୀଙ୍କର ମୃତ୍ୟୁ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ବିଭିନ୍ନ ଥାନାକୁ ସୂଚନା ଦେଇ କୌଣସି ଯୁବତୀ ନିଖୋଜ ହେବାର ମାମଲା ଅଛି କି ତାର ଖୋଜ କରିଥିଲା। ପରେ ଛତିଶଗଡ଼ର ରାୟପୁର ଅଂଚଳରେ ଜଣେ ଯୁବତୀ ନିଖୋଜ ଥିବା ନେଇ ତୁରେକେଲା ପୁଲିସ ଜାଣିବାକୁ ପାଇଥିଲା। ମୃତଦେହ ଉଦ୍ଧାର ପରେ ମୃତ ଯୁବତୀଙ୍କ ଜ୍ୟାକେଟରୁ କିଛି ଆଇଡି କାର୍ଡ ଏବଂ ଏକ୍ସିସ୍ ବ୍ୟାଙ୍କର ଲୋଗୋ ପାଇ ପୁଲିସ ଜାଣିବାକୁ ପାଇଥିଲା ଯେ, ନିଖୋଜ ଯୁବତୀ ଜଣକ ଛତିଶଗତ ଅଞ୍ଚଳର।

ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୁଲିସ ଏହି ମାମଲାର ଅଧିକ ତଦନ୍ତ କରିଥିଲା। ପୁଲିସ ଏହି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ପୁର୍ବରୁ କଂଟାବାଞ୍ଜିରେ ରହୁଥିବା ସଚିନ ଅଗ୍ରୱାଲ ଛତିଶଗତ ଅଂଚଲରେ ରହି ଏକ୍ସିସ୍ ବ୍ୟାଙ୍କରେ କାମ କରୁଥିବା ତନୁ କୁରେ ନାମକ ଜଣେ ଯୁବତୀଙ୍କ ସହିତ ବାରମ୍ବାର ଫୋନ ଯୋଗେ କଥା ହେଉଥିଲା। ତନୁ କୁରେ ଏବଂ ସଚିନଙ୍କ ମଧ୍ୟରେ ଦେଢ଼ ବର୍ଷ ହେବ ପ୍ରେମ ସଂପର୍କ ଥିଲା। ହେଲେ ତନୁ କୁରେଙ୍କୁ ଆଉ ଜଣେ ଯୂବକ ଫୋନରେ କଥା ହେଉଥିବା ଏବଂ ପ୍ରେମ କରୁଥିବା ସଚିନ ଜାଣିବାକୁ ପାଇଥିଲା । ଏହା ପରେ ଗତ ୨୧ ତାରିଖ ଦିନ ଏକ ବ୍ଲୁ ପ୍ରିଂଟ ତିଆରି କରି ବ୍ୟାଙ୍କୁ ଡାକି ବୁଲିବାକୁ ଯିବା କହି ଏକ କାର୍‌ରେ ତନୁ କୁରେକୁ ମହାସମୁନ୍ଦ ଅଞ୍ଚଳକୁ ନେଇଥିଲା।

ମହାସମୁନ୍ଦ ପରେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଅଞ୍ଚଳର ଏକ ନିଛାଟିଆ ଜଙ୍ଗଲ ପାଖରେ ଦୁଇ ଜଣଙ୍କ ଭିତରେ ପ୍ରେମ ସଂପର୍କ ଏବଂ ଆଉ ଜଣେ ଯୁବକ ସହ ଫୋନରେ କଥା ହେବା ନେଇ ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ବଚସା ହୋଇଥିଲା। ସଚିନ ରାଗି ଯାଇ ଏକ ପିସ୍ତଲରେ ତନୁକୁ ବସିଥିବା ସିଟ୍ ପଛ ପଟୁ ତିନି ରାଉଣ୍ଡ ଗୁଲି ଚଲାଇଥିଲା। ଗାଡ଼ି ଭିତରେ ତନୁଙ୍କ ପ୍ରାଣ ବାୟୁ ଉଡି ଯାଇଥିବା ବେଲେ ସଚିନ ମୃତଦେହ ତୁରେକେଲା କଲେଜ ପାଖକୁ ଲାଗି ରହିଥିବା ଜଙ୍ଗଲକୁ ଆଣି ପ୍ରମାଣ ନଷ୍ଟ ପାଇଁ ପୋଡି ଦେଇଥିଲା। ପରେ ତଦନ୍ତ କରୁଥିବା ପୁଲିସ ତନୁଙ୍କ ପରିବାର ଅଭିଯୋଗ ଅନୁସାରେ ସଚିନଙ୍କ ସହ ତନୁର ସଂପର୍କ ଥିବା ଜାଣି ସଚିନକୁ ଖୋଜିବାରେ ଲାଗି ପଡିଥିଲା।

ସଚିନ ଅଗ୍ରୱାଲକୁ ବଲାଙ୍ଗୀରରୁ ତୁରେକେଲା ପୁଲିସ ଗିରଫ କରିବାରେ ସଫଳ ହେବା ପରେ ଏହାର ଅଧିକ ତଦନ୍ତ କରିବା ସହ ଘଟଣାସ୍ଥଳରେ କେମିତି ପୋଡି ଥିଲା ତାର ସିନ୍ ରେକ୍ରିଏସନ କରିଥିଲା। ପିସ୍ତଲ ଯୋଗେ ହତ୍ୟା କରିବା ପୁଲିସ ଜାଣିବା ପରେ ସଚିନ ତଦନ୍ତ ପରିସର ଭୁକ୍ତ କରି ପିସ୍ତଲ ବିଷୟରେ ପଚାରି ବୁଝିଥିଲେ। ସଚିନ କହିବା ମୁତାବକ ଗୁଲି କରି ମାରିବା ପରେ ଉକ୍ତ ପିସ୍ତଲକୁ କଂଟାବାଞ୍ଜିରେ ରହୁଥିବା ସୁରଜ ଅଗ୍ରୱାଲଙ୍କ ପାଖରେ ଦେଇଛି। ପୁଲିସ କଂଟାବାଞ୍ଜି ସୁରଜ ଘରକୁ ପଂହଚି ସୁରଜଙ୍କ ଠାରୁ ଉକ୍ତ ପିସ୍ତଳ ଓ ୬ଟି ଜିବନ୍ତ ଗୁଲି ଜବତ କରିବା ସହ ଗିରଫ କରିଥିଲା।

ସମ୍ବନ୍ଧିତ ଖବର