ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ଲଭ୍-ସେକ୍ସ ଓ ଧୋକକୁ ନେଇ ଚର୍ଚ୍ଚା ହେଉଛି। ଜନୈକା ଯୂବ ଡାକ୍ତରାଣୀଙ୍କ ସହ ଯୁବ ବ୍ୟବସାୟୀଙ୍କ ପ୍ରେମ ପରେ ପ୍ରତାରଣା ଅଭିଯୋଗ ଆସିଛି । ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରାଣୀ ପ୍ରେମରେ ପ୍ରତାରଣାର ଶିକାର ହୋଇଛନ୍ତି। ଡାକ୍ତରାଣୀଙ୍କୁ ଭୁବନେଶ୍ୱରର ଜଣେ ଯୁବ ବ୍ୟବସାୟୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପ୍ରେମିକର ନାଁ ଅଙ୍କିତ ଅଗ୍ରୱାଲ ବୋଲି ଜଣାପଡ଼ିଛି।
ପ୍ରତାରିତ ହୋଇଥିବା ଡାକ୍ତରାଣୀ ନ୍ୟାୟ ପାଇଁ ଭୁବନେଶ୍ବର ପୁଲିସ କମିସନରଙ୍କୁ ଭେଟି ଗୁହାରି କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଅନୁସାରେ, ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ’ ମାଧ୍ୟମରେ ସେ ବ୍ୟବସାୟୀ ଅଙ୍କିତ ଅଗ୍ରୱାଲଙ୍କ ସଂପର୍କରେ ଆସିଥିଲେ। ଦୀର୍ଘ ଦିନର ମିଳାମିଶା ପରେ ଅଙ୍କିତ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିଲେ। ଫଳରେ ସେ ଗର୍ଭବତୀ ହୋଇଥିଲେ। କିନ୍ତୁ ପରେ ଅଙ୍କିତ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ଜୋର ଜବରଦସ୍ତ ଗର୍ଭନଷ୍ଟ କରିଦେଇଥିଲେ।
ପୀଡିତାଙ୍କ ଅଭିଯୋଗ ଅନୁସାରେ ପୁଲିସ କମିସରନଙ୍କୁ ଭେଟିବା ପୂର୍ବରୁ ସେ ଗତ ୨୬ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।