ପ୍ରେମିକର ଛୁରାମାଡ଼ରେ ପ୍ରେମିକାର ଭାଇ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଥାନା ମୋଚିନ୍ଦା ଗ୍ରାମରେ ପ୍ରେମିକର ଛୁରାମାଡ଼ରେ ପ୍ରେମିକାର ଭାଇ ଗୁରୁତର ଆହତ ହୋଇଛି। ଆହତ ଯୁବକ ହେଲେ ମୋଚିନ୍ଦା ଗ୍ରାମର ବୁବୁ ସାହୁ (୨୨)। ଛୁରାମାଡ଼ କରିଥିବା ଯୁବକକୁ ଲୋକେ କାବୁ କରି ଆନନ୍ଦପୁର ପୁଲିସକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ଅନୁସାରେ, ଆନନ୍ଦପୁରର ଜଣେ ଯୁବକ ଦିନ ପ୍ରାୟ ୧୧ଟାବେଳେ ମୋଚିନ୍ଦା ଗ୍ରାମକୁ ଯାଇ ବୁବୁଙ୍କୁ ଡାକି ଛୁରିରେ ଆକ୍ରମଣ କରିଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ନାବାଳକ ଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ମନୋରଂଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର