ସମାଜ ବୁଝିଲାନି ଉଭୟଙ୍କ ପ୍ରେମ ! ଗଛରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ବ୍ରହ୍ମପୁର: ସୁନ୍ଦର ପ୍ରେମ କାହାଣୀର ଦୁଃଖଦ ଅବସାନ | ଲକଡାଉନକୁ ନେଇ ସମସ୍ତେ ନିଜ ନିଜ ଘରେ ଥିବାବେଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଏହି ଗ୍ରାମର ଦୁଇ ଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି | ମିଳିଥିବା ସୂଚନା ମୁତାବକ ପଦ୍ମପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ଗଛରେ ପୁଅ-ଝିଅଙ୍କର ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିଥିଲେ | ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା |

ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି | ଗ୍ରାମବାସୀଙ୍କ କହିବା ମୁତାବକ ସେହି ଗ୍ରାମର ସୁନୀଲ ରାଉତ ନାମକ ଯୁବକ ସେହି ଗାଁର ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ |

ଉଭୟ ପରସ୍ପରକୁ ଭଲ ପାଉଥିଲେ ଓ ଗତକାଲିଠାରୁ କେଉଁଆଡେ ପଳାଇଯାଇଥିଲେ | ଆଜି ସକାଳେ ଗ୍ରାମବାସୀ ଉଭୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ | ପ୍ରେମ ସମ୍ପର୍କକୁ ନେଇ ଉଭୟ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ କହୁଥିବାବେଳେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ପୁଲିସ ଏବେ ତଦନ୍ତ କରୁଛି |

ସମ୍ବନ୍ଧିତ ଖବର