ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ସମ୍ବଲପୁର ପଞ୍ଚାୟତ ବୁର୍ଦ୍ଧୁଗୁଡ଼ାରେ ବିଷ ପିଇଥିବା ଦୁଇ ଅପ୍ରାପ୍ତବୟସ୍କ ପୁଅ-ଝିଅଙ୍କ ଆଜି ମୃତ୍ୟୁ ଘଟିଛି। ବୁର୍ଦ୍ଧୁଗୁଡ଼ାର ଜୟନ୍ତ ଦଳବେହେରା। ତାଙ୍କ ୧୪ବର୍ଷର ଝିଅ ଜସ୍ମିନ୍ ଓ ସନ୍ତୋଷ ରଇତଙ୍କ ୧୭ ବର୍ଷୀୟ ପୁଅ ରମେଶ ଉଭ‌େୟ ପରସ୍ପରକୁ ଭଲ ପାଉଥିଲେ। ଆଜି ଦୁହେଁ ଏକକାଳୀନ ବିଷପାନ କରି ଘରେ ପହଞ୍ଚିଥିଲେ। ଘଟଣା ଜଣାପଡ଼ିବା ପରେ ପରିବାରବର୍ଗ ଦୁହିଁଙ୍କୁ ରା.ଉଦୟଗିରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଜସ୍ମିନର ମୃତ୍ୟୁ ଘଟିଥିବା ବେଳେ ରମେଶର ପାରଳାଖେମୁଣ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର