ବଲାଙ୍ଗୀର: ଭରୁଆକାନି ଗାଁ ପାଖ ଜଙ୍ଗଲରୁ ପ୍ରେମିକ ଓ ପ୍ରେମିକାଙ୍କ ଝୁଲନ୍ତା ଶବ ଉଦ୍ଧାର

କଣ୍ଟାବାଞ୍ଜି: ଗୁରୁବାର ସକାଳେ ତୁରେକେଲା ଥାନା ଅନ୍ତର୍ଗତ ଭରୁଆକାନି ଗାଁ ନିକଟରେ ଥିବା ବିଜିଲି ଜଙ୍ଗଲରୁ ପୁଲିସ ଜଣେ ପ୍ରେମିକ ଓ ତାଙ୍କ ପ୍ରେମିକାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି।

ମୃତ ପ୍ରେମିକ ଓ ପ୍ରେମିକା ହେଉଛନ୍ତି ଭରୁଆକାନି ଗ୍ରାମର ସୁଶାନ୍ତ ମିର୍ଦ୍ଧା ଏବଂ ସେବତୀ ହଂସ।

ବୁଧବାର ମଧ୍ୟାହ୍ନ ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲ ମଧ୍ୟରେ ଦୁଇଟି ଗଛରେ ସୁଶାନ୍ତ ଓ ସେବତୀଙ୍କ ଶବ ଝୁଲିଥିବା ଦେଖିଥିଲେ। କିନ୍ତୁ, ଏ ସଂକ୍ରାନ୍ତରେ ସନ୍ଧ୍ୟା ପରେ ସମ୍ପୃକ୍ତ ଲୋକମାନଙ୍କ ଠାରୁ ଫୋନ୍‌ ଯୋଗେ ସୂଚନା ପାଇଥିଲେ ବୋଲି ପୁଲିସ କହିଛି।

ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଶବ ଦୁଇଟିକୁ ଓହ୍ଲାଇ ବ୍ୟବଚ୍ଛେଦ ନିମନ୍ତେ ବଣ୍ଟାବାଞ୍ଝି ଡାକ୍ତରଖାନାକୁ ପଠାଇଛି।

ସୁଶାନ୍ତ ଓ ସେବତୀ ଭିନ୍ନ ସଂପ୍ରଦାୟର ହୋଇଥିଲେ ବି ଗଢ଼ିଉଠିଥିବା ସମ୍ପର୍କ ଦୃଷ୍ଟିରୁ ଉଭୟ ଉଭୟଙ୍କୁ ବାହା ହେବେ ବୋଲି ସେମାନଙ୍କ ପରିବାର ଲୋକେ ସ୍ଥିର କରିଥିଲେ। ଏ ଭଳି ନିଷ୍ପତ୍ତି ସତ୍ତ୍ୱେ ସେମାନେ କାହିଁକି ଆତ୍ମହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ।

ସେମାନେ ଆତ୍ମହତ୍ୟା କରିଛନ୍ତି କି, ସେମାନଙ୍କୁ ହତ୍ୟା କରାଯାଇଛି- ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ସେ କଥା ଜଣାପଡ଼ିବ ବୋଲି କହି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର