ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କବିସୂର୍ଯ୍ୟନଗର: ଆଜି ଭୋର ସମୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀରେ ସ୍ଥାନୀୟ ଲୋକେ ଲାଲୁଘାଇ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।ସେମାନେ ଉଭୟଙ୍କୁ ଚିହ୍ନି ପାରିଥିଲେ। ଏହାପରେ ସେମାନେ ଉଭୟ ଯୁବକ ଓ ଯୁବତୀଙ୍କ ଘରେ ଏସଂପର୍କରେ ସୂଚନା ଦେଇଥିଲେ। ତାପରେ ପୁଲିସକୁ ବି ଖବର ଦିଆଯାଇଥିଲା। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୁଲିସ ପହଞ୍ଚିଥିଲା। ପୁଲିସ ଦୁଇଟି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଉଭୟଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ସେଦୁହେଁ ପ୍ରେମିକ-ପ୍ରେମିକା ଥିଲେ ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଦୁଇ ପରିବାର ପ୍ରେମକୁ ସ୍ବୀକାର କରିବାକୁ ରାଜି ହୋଇ ନଥିବାରୁ ସେଦୁହେଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର